ETV Bharat / state

ଆଦିବାସୀ ମୂଳକରେ କୋରୋନା ଛାଟ; ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ମହିଳା - tribal women are worried about supporting their families

ବର୍ତ୍ତମାନ ସାରାଦେଶରେ କାୟା ବିସ୍ତାର କରିଛି କୋରୋନାର ଦ୍ବିତୀୟ ଲହର । ମହାମାରୀରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଥିବା ବେଳେ ଭୋକ ବିକଳରେ ଦିନ କାଟୁଛନ୍ତି ବିଭିନ୍ନ ବର୍ଗର ଲୋକ। ଏହା ମଧ୍ୟରେ ପଦାକୁ ଆସିଛି କେନ୍ଦୁଝରର କିଛି ନିରାଶ୍ରୟ ଆଦିବାସୀ ମହିଳାଙ୍କ ଅସହାୟତାର ସ୍ବର । ଅଧିକ ପଢନ୍ତୁ,...

ଆଦିବାସୀ ମୂଳକରେ କରୋନା ଛାଟ; ପରିବାର ପ୍ରତିପୋଷଣ ଚିନ୍ତାରେ ମହିଳା

author img

By

Published : Jun 17, 2021, 12:43 PM IST

କେନ୍ଦୁଝର: କୋରୋନା ଛଡ଼ାଇ ନେଇଛି ନିରାଶ୍ରୟ ମହିଳାଙ୍କ ଆହାର । ବର୍ତ୍ତମାନ ସାରାଦେଶରେ କାୟା ବିସ୍ତାର କରିଛି କୋରୋନାର ଦ୍ବିତୀୟ ଲହର । ମହାମାରୀରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଥିବା ବେଳେ ଭୋକ ବିକଳରେ ଦିନ କାଟୁଛନ୍ତି ବିଭିନ୍ନ ବର୍ଗର ଲୋକ। ଏହା ମଧ୍ୟରେ ପଦାକୁ ଆସିଛି ଦିନ ମଜୁରିଆ ଓ ରାସ୍ତା କଡରେ ବସିଥିବା ବୁଲା ବିକାଳିଙ୍କ ଅସହାୟତାର ସ୍ବର । ଆମେ କହୁଛୁ କେନ୍ଦୁଝରର କିଛି ନିରାଶ୍ରୟ ଆଦିବାସୀ ମହିଳାଙ୍କ କଥା, ଯେଉଁମାନେ କି ମୁଢି ବିକି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

ଆଦିବାସୀ ମୂଳକରେ କରୋନା ଛାଟ; ପରିବାର ପ୍ରତିପୋଷଣ ଚିନ୍ତାରେ ମହିଳା
କୋରୋନାର ଦ୍ବିତୀୟ ଲହରୀର ଭୟବହତା ଦେଖି ରାଜ୍ୟ ସରକାର ଲକଡାଉନ ଲାଗୁ କରିଛନ୍ତି । କିଛି ଅତ୍ୟାବଶ୍ୟକ ଜିନିଷ ଛଡା ଅନ୍ୟ ବେପାର ବଣିଜ, ସ୍କୁଲ, କଲେଜ ସବୁ ବନ୍ଦ । ଆଉ ଏହାର ପ୍ରଭାବ ପଡିଛି ସାଧାରଣ ଲୋକଙ୍କ ଜୀବନ ଉପରେ । କେନ୍ଦୁଝରର ନିରାଶ୍ରୟ ଆଦିବାସୀ ମହିଳା, ଯେଉଁମାନେ କି ସବୁଦିନେ ମୁଢି କାରଖାନାରୁ ମୁଢି କିଣି ଏହାକୁ ବିକି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଏହି ଲକଡାଉନ ପାଇଁ ସେମାନଙ୍କ ବେପାର ଏକ ପ୍ରକାର ବନ୍ଦ ହୋଇ ଯାଇଛି । ଲକଡାଉନ କଟକଣା ଯୋଗୁଁ ଘର ଘର ବୁଲି ମୁଢି ବିକ୍ରି କରି ପାରୁନଥିବା ବେଳେ ରାସ୍ତା କଡରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏହି ମହିଳାମାନେ । ଏପଟେ କୋରୋନା ଭୟରେ ଲୋକେ ଘରୁ ବାହାରୁ ନଥିବାରୁ ମୁଢି ସହଜରେ ବିକ୍ରୀ ହୋଇ ପାରୁନାହିଁ । ଫଳରେ ସ୍ବଳ୍ପ ବିକ୍ରିରେ ପରିବାର କିପରି ଚଳେଇବେ, ସେ ଚିନ୍ତାରେ ଏହି ଆଦିବାସୀ ମହିଳା ।କୋରୋନାର ପ୍ରକୋପ କେବେ ସରିବ, ଆଉ ଜୀବନ ଯାତ୍ରା ପୂର୍ବପରି ସ୍ବାଭାବିକ ହେବ । ସେଇ ଆଶାରେ ଏହି ନିରାଶ୍ରୟ ଆଦିବାସୀ ମହିଳାମାନେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.