ETV Bharat / state

କୋରୋନା ପ୍ରଭାବ: ସ୍ନେହର ଡୋରୀରେ ମହଙ୍ଗା ମାଡ - kendujhar latest news

ଦର ଅଧିକ ହେଲେ ବି ଭଉଣୀମାନେ ନିଜ ମନ ପସନ୍ଦର ରାକ୍ଷୀ କିଣି ନେଉଛନ୍ତି ଭାଇଙ୍କ ପାଇଁ । ଚଳିତ ବର୍ଷ ଚାଇନା ରାକ୍ଷୀ ଦୋକାନୀ ରଖୁନଥିବା ବେଳେ ଦେଶୀ ରାକ୍ଷୀ ଗ୍ରାହକ ପସନ୍ଦ କରୁଥିବା ସ୍ଥାନୀୟ ଦୋକାନୀ ପ୍ରକାଶ କରିଛନ୍ତି ।

କୋରୋନା ପ୍ରଭାବ: ସ୍ନେହର ଡୋରୀରେ ମହଙ୍ଗା ମାଡ
କୋରୋନା ପ୍ରଭାବ: ସ୍ନେହର ଡୋରୀରେ ମହଙ୍ଗା ମାଡ
author img

By

Published : Aug 2, 2020, 2:05 PM IST

କେନ୍ଦୁଝର: ଭାଇ-ଭଉଣୀଙ୍କ ପର୍ବ ରାକ୍ଷୀ ପୂର୍ଣ୍ଣିମା । ତେବେ କୋରୋନା କାଳରେ ଏହି ସ୍ନେହର ଡୋରୀ ଟିକେ ମହଙ୍ଗା ହୋଇ ପଡିଛି । କାରଣ ଏହି କୋରୋନା ମହାମାରୀର ପ୍ରକୋପ ସବୁ ଦେଶର ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବ ପକାଇଛି । ଏହାର ପ୍ରଭାବ ମଧ୍ୟ ଭାରତରେ ଅନୁଭୂତ ହୋଇଛି ।

କୋରୋନା ପ୍ରଭାବ: ସ୍ନେହର ଡୋରୀରେ ମହଙ୍ଗା ମାଡ

ସୂଚନାଥାଉକି, ପୂର୍ବରୁ ଏହି ରାକ୍ଷୀ ପ୍ରସ୍ତୁତ ପାଇଁ ବହୁ ମାତ୍ରରେ କଞ୍ଚାମାଲ ଚୀନରୁ ଆସୁଥିବା ବେଳେ କୋରୋନା କଟକଣା ଓ ବିବାଦ ପାଇଁ ଆମଦାନୀ ବନ୍ଦ ରହିଛି । ଏହାର ସିଧା ପ୍ରଭାବ ପକାଇଛି ରାକ୍ଷୀର ଦର ଉପରେ । ମୁଖ୍ୟତଃ ଦିଲ୍ଲୀ ଓ କୋଲକାତାରୁ ଦେଶର ବିଭିନ୍ନ ସ୍ଥାନକୁ ରାକ୍ଷୀ ଆସିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ ଉକ୍ତ ସ୍ଥାନରୁ ରାକ୍ଷୀ ବିଭିନ୍ନ ସ୍ଥାନକୁ ସଠିକ ସମୟରେ ପହଞ୍ଚି ପାରିନାହିଁ । ଏହି ଟ୍ରାନ୍ସପୋଟିଂର ପ୍ରଭାବ ସିଧାସଳଖ ରାକ୍ଷୀ ଦର ଉପରେ ପଡିଛି । ତେବେ କେନ୍ଦୁଝରରେ ବି ରାକ୍ଷୀ ପ୍ରତିବର୍ଷ ତୁଳନାରେ ଦର ବୃଦ୍ଧି ପାଇଛି । ଦୋକାନୀ ଅଧିକ ଦର ଦେଇ ରାକ୍ଷୀ ଆଣିଥିବାରୁ ଗ୍ରାହକଙ୍କୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଦର ଅଧିକ ହେଲେ ବି ଭଉଣୀମାନେ ନିଜ ମନ ପସନ୍ଦର ରାକ୍ଷୀ କିଣି ନେଉଛନ୍ତି ଭାଇଙ୍କ ପାଇଁ । ଦୋକାନୀମାନେ ୧୦ ଟଙ୍କାରୁ ୨ହଜାର ମୂଲ୍ୟର ରାକ୍ଷୀ ରଖିଛନ୍ତି ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯୋଗାଇ ଦେଉଛନ୍ତି ରାକ୍ଷୀ । ଚଳିତ ବର୍ଷ ଚାଇନା ରାକ୍ଷୀ ଦୋକାନୀ ରଖୁନଥିବା ବେଳେ ଦେଶୀ ରାକ୍ଷୀ ଗ୍ରାହକ ପସନ୍ଦ କରୁଥିବା ସ୍ଥାନୀୟ ଦୋକାନୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.