ETV Bharat / state

ଘଟଗାଁ ପୀଠରେ ଚଇତି ପର୍ବ, ମାଆଙ୍କ ଆଗମନକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି - ଘଟଗାଁ ନିବାସୀନି ମା’ତାରିଣୀ

ଘଟଗାଁ ନିବାସୀନି ମା’ତାରିଣୀ ପୀଠରେ ଆରମ୍ଭ ହେବ ଚଇତି ପର୍ବ । ଏପ୍ରିଲ ୯ରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ୭ଦିନ ଘଟଗାଁରେ ଜମିବ ଭକ୍ତଙ୍କ ଭିଡ । ଅଧିକ ପଢ଼ନ୍ତୁ

ଘଟଗାଁ ନିବାସୀନି ମା’ତାରିଣୀ ପୀଠରେ ଆରମ୍ଭ ହେବ ଚଇତି ପର୍ବ

author img

By

Published : Apr 1, 2023, 9:09 PM IST

ଘଟଗାଁ ନିବାସୀନି ମା’ତାରିଣୀ ପୀଠରେ ଆରମ୍ଭ ହେବ ଚଇତି ପର୍ବ

କେନ୍ଦୁଝର: ମନ୍ଦାର ନଡିଆ ଯାହାଙ୍କ ପ୍ରିୟ । କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବୀ ସେ ଘଟଗାଁ ନିବାସୀନି ମା’ତାରିଣୀ । ଆରମ୍ଭ ହେବାକୁ ଯାଉଛି ମା’ ବିଶ୍ବପ୍ରସିଦ୍ଧ ଚଇତି ପର୍ବ । ଯାହାକୁ ନେଇ ଚଳଞ୍ଚଳ ହୋଇ ଉଠିଛି କେନ୍ଦୁଝର । ମା'ତାରିଣୀଙ୍କ ୮୭ତମ ଚଇତି ପର୍ବ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି । ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେବାକୁ ଯାଉଛି । ଏହି ୭ ଦିନ ଧରି ଘଟଗାଁ ଅଞ୍ଚଳରେ ଆମିଷ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ ।

ପର୍ବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି । ଚଇତି ପର୍ବରେ ମା'ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଖରାକୁ ମୁକାବିଲା ସହ ଶାନ୍ତିଶୃଙ୍ଖଳା ପାଇଁ ନିଆ ଯାଉଛି ପଦକ୍ଷପ । ଏଥି ସହିତ ମନ୍ଦିରରେ ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ତଥା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆ ଯାଇଛି ।

ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରାଯିବ । ସାତ ଦିନ ଧରି ମା'ତାରିଣୀ ସୁନା ବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ । ଏହି ଅବସରରେ ମାଙ୍କ ପିଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି ।

ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ସହ ପୋଲିସ ଫୋର୍ସ ମୁତୟନ ହେବେ । ଏହି ଚଇତି ପର୍ବରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଘଂମାନେ ସହଯୋଗର ହାତ ବଢାଇଥାନ୍ତି । ତେବେ ଏହି ଚଇତି ପର୍ବ ସାତ ଦିନ ଧରି ମାଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ ,ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଆଦି ଅନୁଷ୍ଠିତ ହୋଇ ଏକ ଆଧ୍ୟ୍ୟାତ୍ମକ ପରିବେଷ ସୃଷ୍ଟି କରିବ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.