ETV Bharat / state

‘ଖଣି ସୁପରିଚାଳନାରେ ହଟିବ ହାତୀ ମୃତ୍ୟୁ ସମସ୍ୟା’ - କେନ୍ଦୁଝର ୬୭ ତମ ବନ୍ୟପ୍ରାଣୀ ସପ୍ତାହ

ବନଖଣ୍ଡ ପକ୍ଷରୁ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଡିଏଫଓ ଡି.ଡି ହନୁମତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଦରବାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଖଣି ସୁପରିଚାଳନା ଦ୍ୱାରା ହାତୀମୃତ୍ୟୁ ସମସ୍ୟା ହଟିବ

author img

By

Published : Oct 8, 2021, 10:02 PM IST

କେନ୍ଦୁଝର: ବନଖଣ୍ଡ ପକ୍ଷରୁ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଡିଏଫଓ ଡି.ଡି ହନୁମତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଦରବାର ହଲ ଠାରେ ଆଜି(ଶୁକ୍ରବାର) ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଥିବା ବେଳେ ଅବାଧ ଖଣି ଖନନ ଦ୍ଵାରା ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଏକ କାରଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । କିପରି ଏହି ସମସ୍ୟା ଉପରେ ଖଣି କମ୍ପାନୀ କାର୍ଯ୍ୟ କରିବା ସହ ଏହାର ରକ୍ଷା ପାଇବ ଏନେଇ ଖଣି ଏକଜୁକ୍ୟୁଟିଭ ମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଖଣି ସୁପରିଚାଳନା ଦ୍ୱାରା ହାତୀମୃତ୍ୟୁ ସମସ୍ୟା ହଟିବ

ଏହି ଆଲୋଚନାଚକ୍ର ପରେ ଏଥିରେ ଯୋଗ ଦେଇଥିବା ସମସ୍ତ ପ୍ରମୁଖ ଖଣି କମ୍ପାନୀ ଅଧିକାରୀ ସୁରକ୍ଷିତ ଖଣି ଖନନ ସାଙ୍ଗକୁ ହାତୀ ସୁରକ୍ଷା ନେଇ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହା ସହ ବନ୍ୟପ୍ରାଣୀ ସଂରକ୍ଷଣ ସହ ଜଙ୍ଗଲ ରକ୍ଷା କ୍ଷେତ୍ରେରେ ବିଶେଷ ଅବଦାନ ଦେଇଥିବା ବନ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବନ୍ୟପ୍ରାଣୀ ଡ଼ିଭିଜନ ଡିଏଫଓ ଅଜିତ ଶତପଥୀ, ଏସିଏଫ ଅଜୟ କୁମାର ସାହୁ ଯୋଗ ଦେଇ ଆଲୋଚନା କରିଥିଲେ । ସୂଚନା ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.