ETV Bharat / state

କେନ୍ଦୁଝରରେ ପହଞ୍ଚି ଜଳ ପ୍ରକଳ୍ପର ସମୀକ୍ଷା କଲେ CEC ଟିମ

author img

By

Published : Oct 30, 2019, 10:03 AM IST

Updated : Oct 30, 2019, 12:52 PM IST

ପି.ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅମରନାଥ ସେଠୀ, ମହେନ୍ଦ୍ର ବ୍ୟାସ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ସମ୍ବର୍ଦ୍ଧିତ ତଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

ପାନୀୟ ପ୍ରକଳ୍ପର ସମୀକ୍ଷା କଲେ CEC ଟିମ

କେନ୍ଦୁଝର: ସୁପ୍ରିମକୋର୍ଟ ଦ୍ବାରା ଗଠିତ ତିନି ଜଣିଆ ସିଇସି ଟିମ କେନ୍ଦୁଝରରେ ପହଞ୍ଚି ବିଭିନ୍ନ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପି.ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷତାରେ ଅମରନାଥ ସେଠୀ, ମହେନ୍ଦ୍ର ବ୍ୟାସ କେନ୍ଦୁଝର ଗସ୍ତରେ ଆସି ରାତ୍ରିଯାପନ କରିବା ପରେ ବୁଧବାର ଚମ୍ପୁଆ ସବଡିଭିଜନ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରି ଓଏମବିଏଡିସି ଦ୍ବାରା ଖର୍ଚ୍ଚ ଅର୍ଥର ସମୀକ୍ଷା କରିଛନ୍ତି ।

ପାନୀୟ ପ୍ରକଳ୍ପର ସମୀକ୍ଷା କଲେ CEC ଟିମ

ଏଠାରେ ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ସାଇଟ ଭିଜିଟ କରିଛନ୍ତି । ପରିଦର୍ଶନ ବେଳେ ପ୍ରକଳ୍ପ ସମ୍ବର୍ଦ୍ଧିତ ତଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପର କ୍ଷମତା ୫୯ ଏମଏଲଡି ରହିଥିବାବେଳେ ଚମ୍ପୁଆ ବ୍ଲକର ୨୨ ଜିପି, ଝୁମ୍ପୁରା ବ୍ଲକରେ ୨୨ଜିପି, କେନ୍ଦୁଝରର ୨୫ ଜିପି,ବାଂଶପାଳର ୨୧ ଜିପିର ୫୮୯ ଗାଁକୁ ପାଇପ ଯୋଗେଁ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ଯାହାଦ୍ବାରା ଏଠାକାର ୭.୧ ଲକ୍ଷ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ଡିଏମଏଫ ଓ ଓଏମବିଏଡିସି ଫଣ୍ଡ ମାଧ୍ୟମରେ ୧୦୯୭.୦୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି । ଏହି ଗସ୍ତ ସମୟରେ ଓଏମବିଏଡିସି ସିଇଓ ଉମା ନନ୍ଦୁରୀ, ଜିଏମ ମନୋଜ ମହାପାତ୍ର, ଜିଲ୍ଲାପାଳ, ଡିଏଫଓ ଓ ପିଡି ପ୍ରମୁଖ ଉପସ୍ଥିତ ରହିଥିଲେ ।

ପରେ ଜଙ୍ଗଲ ବିଭାଗ ଦ୍ଵାରା ସାନ ଘାଗରା, ସୁଆକାଠି ସ୍ଥିତ ମାଟିବନ୍ଧ, ଗୋନାସିକା ଠାରେ ଏଲବିସିଡି ପ୍ରୋଜେକ୍ଟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲାଗ- ସରଜମିନ ତଦନ୍ତରେ ବାହାରିଲେ ସିଇସି ଟିମBody:ଆଙ୍କର- ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ସିଇସି ଟିମ । ପି.ଭି ଜୟକୃଷ୍ଣ ଅଧକ୍ଷତାରେ ଅମରନାଥ ସେଠୀ, ମହେନ୍ଦ୍ର ବ୍ୟାସ ଓଡିଶାରୁ ଉମା ନୁନ୍ଦୁରି, ମନୋଜ ମହାପାତ୍ର, ଅମ୍ବୁଜ ପ୍ରସାଦ କେନ୍ଦୁଝର ଜିଲ୍ଲାର ଓମବାଡ଼ସି ଦ୍ୱାରା ଖର୍ଚ୍ଚର ସମୀକ୍ଷା କରିବେ । ଆଜି ପ୍ରଥମେ ଟିମ ଯୋଡ଼ା ସ୍ଥିତ ମିରିଙ୍ଗିସିଂଘା ଜଳ ପ୍ରକଳ୍ପ ସମୀକ୍ଷା କରିବେ । ପରେ ଜଙ୍ଗଲ ବିଭାଗ ଦ୍ଵାରା ସାନଘାଗରା, ସୁଆକାଠି ସ୍ଥିତ ମାଟିବନ୍ଧ,ଗୋନାସିକା ଠାରେ ଏଲବିସିଡି ପ୍ରୋଜେକ୍ଟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି କେନ୍ଦୁଝରକୁ ଆସି ସ୍ଥାନୀୟ ସର୍କିଟ ହାଉସ ରେ ରାତ୍ରି ଯାପନ କରିଥିଲେ । ପ୍ରକାଶ ଯେ ଓମବାଡ଼ସି ରେ ୧୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ରହିଛି । ଏଥିରୁ କେନ୍ଦୁଝର ଜିଲ୍ଲାରେ ୩୬୮୪ କୋଟି ଟଙ୍କା ରହିଛି ।Conclusion:
Last Updated : Oct 30, 2019, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.