ETV Bharat / state

କଟକଣାରେ ବ୍ୟବସାୟୀ ହନ୍ତସନ୍ତ, ଘେରିଲେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଆନନ୍ଦପୁର ପୌରପରିଷଦରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ମାତ୍ରା । ସ୍ଥିତିକୁ ନଜରରେ ରଖି ଏହି କଟକଣା ନିୟମକୁ ଅଗଷ୍ଟ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲାପାଳ ବଳବତ୍ତର ରଖିଥିବା ବେଳେ ନିଷ୍ପତ୍ତିକୁ ବିରୋଧ କରି ବ୍ୟବସାୟିକ ସଙ୍ଗଠନମାନେ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

author img

By

Published : Aug 17, 2020, 11:05 AM IST

corona update in anandpur, anandpur latest news, corona reastriction in anandpur, subcollector office gherao in anandpur, ଆନନ୍ଦପୁରରେ କୋରୋନା ଅପଡେଟ, ଆନନ୍ଦପୁର ଲାଟେଷ୍ଟ ନ୍ୟୁଜ୍‌, ଆନନ୍ଦପୁରରେ କୋରୋନା କଟକଣା, ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
କଟକଣାରେ ବ୍ୟବସାୟୀ ହନ୍ତସନ୍ତ, ଘେରିଲେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଆନନ୍ଦପୁର: ଆନନ୍ଦପୁର ପୌରପରିଷଦରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ମାତ୍ରା । ଏମିତିରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ପୌରପରିଷଦକୁ ଅଗଷ୍ଟ 2 ତାରିଖରୁ 15 ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ହେଲେ ସ୍ଥିତିକୁ ନଜରରେ ରଖି ଏହି କଟକଣା ନିୟମକୁ ଅଗଷ୍ଟ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲାପାଳ ବଳବତ୍ତର ରଖିଥିବା ବେଳେ ନିୟମରେ କିଛିଟା କୋହଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନୂଆ ନିୟମ ମୁତାବକ ସକାଳ 7ଟାରୁ ଦିନ 1ଟା ଯାଏଁ ଅତ୍ୟାବଶ୍ୟକ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଆନନ୍ଦପୁର ପୌରପରିଷଦର ଅଳ୍ପ କେତେକ ୱାର୍ଡରେ ସଂକ୍ରମଣ ବଢୁଥିବା ବେଳେ ସମ୍ପୂର୍ଣ୍ଣ ପୌରପରିଷଦକୁ କଣ୍ଟେନମେଣ୍ଟରେ ରଖି ଦୋକାନଗୁଡିକ ବନ୍ଦ ରଖାଯିବାକୁ ବିରୋଧ କରି ଘଷିପୁରା ଅଞ୍ଚଳର ବ୍ୟବସାୟିକ ସଙ୍ଗଠନମାନେ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏନେଇ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.