ETV Bharat / state

ଟ୍ରକ ପଛରେ ପିଟିହେଲା ବସ୍, ୮ ଗୁରୁତର

author img

By

Published : Oct 4, 2019, 6:51 AM IST

Updated : Oct 4, 2019, 7:25 AM IST

ବିଳମ୍ବିତ ରାତ୍ରିରେ କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବଡବିଲରୁ ଭୁବନେଶ୍ବର ଯାଉଥିଲା ଶ୍ରୀରାମ ବସ । ଟ୍ରକକୁ ପଛ ପଟୁ ପିଟିଲା ବସ । ଦୁର୍ଘଟାରେ 8 ଗୁରୁତର ଥିବା ବେଳେ 10ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବିଳମ୍ବିତ ରାତ୍ରିରେ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ପିଟିଲା ବସ । ଦୁର୍ଘଟାରେ 8 ଗୁରୁତର ଥିବା ବେଳେ 10ରୁ ଊର୍ଦ୍ଧ୍ବ ଆହତ ଥିବା ସୂଚନା ରହିଛି । ଗୁରୁବାର ରାତି ପ୍ରାୟ 1 ସମୟରେ ବଡ଼ବିଲରୁ ଭୁବନେଶ୍ବର ଯାଉଥିବା ‘ଶ୍ରୀରାମ’ ବସ୍ ୨୦ ନମ୍ବର ଜାତୀୟ ରାଜପଥର ନେଙ୍କଡ଼ାଘର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବସଟି ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ସାମନାରେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ହଠାତ ବ୍ରେକ ମାରି ଦେବାରୁ ବସଟି ପଛରୁ ପିଟି ହୋଇଗଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସର ବାମ ପଟ ସାମନା କେବିନଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଇଞ୍ଜିନଟି ଗଳି ପଡିଛି । ସୂଚନା ପାଇ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ସେପଟେ ଚିକିତ୍ସାଳୟରେ ଖୋଦ ସିଡିଏମଓ, ଏଡିଏମଓଙ୍କ ସହ ପାଞ୍ଚ ଜଣ ଡାକ୍ତର ପ୍ରତ୍ୟକ୍ଷରହି ଆହତଙ୍କ ଚିକିତ୍ସା ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଦୁଇ ଜଣ ଗୁରୁତରଙ୍କୁ କଟକ ପଠାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝରରେ ମର୍ମନ୍ତୁଦ ବସ ଦୁର୍ଘଟଣା, ୮ ଗୁରୁତର, ୧୦ ରୁ ଉର୍ଦ୍ଧ୍ବ ଆହତBody:
ଆଙ୍କର- ଟ୍ରକ କୁ ପଛରୁ ପିଟିଲା ଯାତ୍ରୀବାହୀ ବସ । ଆଜି ରାତି ପ୍ରାୟ ୧ ଟା ସମୟରେ ବଡ଼ବିଲ ରୁ ଭୁବନେଶ୍ୱର ଯାଉଥିବା ଶ୍ରୀରାମ ନାମକ ଯାତ୍ରୀବାହୀ ବସଟି ୨୦ ନମ୍ବର ଜାତୀୟ ରାଜପଥ ର ନେଙ୍କଡ଼ା ଘର ନିକଟରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି । ବସ ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ସାମ୍ନା ରେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ହଟାତ ବ୍ରେକ ମାରି ଦେବାରୁ ବସ ଟି ପଛରୁ ପିଟି ହୋଇ ଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସର ବାମ ପଟ ସାମନା କେବିନ ଟି ସମ୍ପୂର୍ଣ୍ଣ ଭାଙ୍ଗି ଉଡି ଯିବା ସହ ଇଞ୍ଜିନ ଟି ଗଳି ପଡିଛି । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଚିକିଆଳୟ ରର ଖୋଦ ସିଡିଏମଓ, ଏଡିଏମଓ ଙ୍କ ସହ ପାଞ୍ଚ ଜଣ ଡାକ୍ତର ପ୍ରତ୍ୟକ୍ଷ ରହି ଆହତ ଙ୍କ ଚିକିତ୍ସା ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଦୁଇ ଜଣ ଗୁରୁତରଙ୍କୁ କଟକ ପଠାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।

ବାଇଟ-୧-ତ୍ରିନାଥ ( ଯାତ୍ରୀ) ରେଡ଼ କଲର ଗଞ୍ଜି ପିନ୍ଧିଚି
ବାଇଟ-୨ -ମହେନ୍ଦ୍ର କୁମାର ଦାସ( ଯାତ୍ରୀ) ମୁଣ୍ଡରେ ହାତ ଦେଇଥିବା ଲୋକ
ବାଇଟ-୩-ଅରବିନ୍ଦ ସିଂ( ବସ ଡ୍ରାଇଭର)ମୁଣ୍ଡରେ ପାଟି ବନ୍ଧା ହୋଇଛି
ବାଇଟ-୪-ଶଶାଙ୍କ ମହାପାତ୍ର( ଅଗ୍ନିଶମ ବିଭାଗ ଅଧିକାରୀ)
ବାଇଟ-୫-ଅଶୋକ ଦାସ( ସିଡିଏମଓ)Conclusion:
Last Updated : Oct 4, 2019, 7:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.