ETV Bharat / state

ନୂତନ ପଞ୍ଚାୟତ ଦାବିରେ ତହସିଲ ଘେରାଉ - କେନ୍ଦୁଝର

ନୂତନ ପଞ୍ଚାୟତ ଦାବିରେ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ ଏକ ନୂତନ ପଞ୍ଚାୟତ ଦାବିରେ 16ଟି ଗ୍ରାମର ଗ୍ରାମବାସୀ ଶନିବାର ଦିନ ତେଲକୋଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 9, 2019, 11:39 PM IST

କେନ୍ଦୁଝର: ନୂତନ ପଞ୍ଚାୟତ ଦାବିରେ ଗ୍ରାମବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ ଏକ ନୂତନ ପଞ୍ଚାୟତ ଦାବିରେ 16ଟି ଗ୍ରାମର ଗ୍ରାମବାସୀ ଶନିବାର ଦିନ ତେଲକୋଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିସହ ଏହି ଦାବି ପୂରଣ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. କେନ୍ଦୁଝର

ଖବର ମୁତାବକ, ସରକାରୀ ନିୟମାନୁସାରେ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟାରେ ପଞ୍ଚାୟତ ଗଠନ ହୁଏ । କିନ୍ତୁ କାଳିଆହୋତା ଗ୍ରାମପଞ୍ଚାୟତ ଭୌଗଳିକ ଦୃଷ୍ଟିକୋଣରୁ ବହୁତ ବଡ଼ ହେବା ସହ ଲୋକ ସଂଖ୍ୟା ମଧ୍ୟ ବହୁ ଅଧିକ । କିନ୍ତୁ ବର୍ତ୍ତମାନ ଥିବା ପଞ୍ଚାୟତ କାର୍ଯ୍ୟାଳୟ ବହୁ ଦୂରରେ ହୋଇଥିବାରୁ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏଠିକାର 16ଟି ଗ୍ରାମର ବାସିନ୍ଦାମାନେ ୨୦୧୬ ମସିହାରୁ ଲକ୍ଷ୍ମୀନାରାୟଣପୁରକୁ ନୂତନ ପଞ୍ଚାୟତ ଘୋଷଣା କରିବାକୁ ଦାବି କରି ଆସୁଛନ୍ତି । କିନ୍ତୁ ତାଙ୍କ କଥା କେହି ପ୍ରଶାସନିକ ଅଧିକାରୀ ନଶୁଣିବାରୁ ବାଧ୍ୟ ହୋଇ ଶନିବାର ଦିନ ତହସିଲ ଘେରାଉ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.