ETV Bharat / state

ପୋଲିସ-ବିଜେପି ଯୁବମୋର୍ଚ୍ଚା ଧସ୍ତାଧସ୍ତି ଘଟଣା, ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By

Published : Mar 4, 2023, 8:33 PM IST

ରାଜ୍ୟ ସରକାର ଓ ପୋଲିସ ବିରୋଧରେ କେନ୍ଦୁଝରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
bjp yuva morcha protest in keonjhar

ଲୋୟର ପିଏମଜି ଠାରେ ପୋଲିସ ବିଜେପି ଧସ୍ତାଧସ୍ତି ଘଟଣା

କେନ୍ଦୁଝର: ଲୋୟର ପିଏମଜି ଠାରେ ବିଜେପୀ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧାସ୍ତି ଘଟଣାରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ଏହି କ୍ରମରେ ଆଜି (ଶନିବାର) ବିଜେପି ଯୁବମୋର୍ଚ୍ଚା କେନ୍ଦୁଝର ଶାଖା ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସହିଦ ସଦନ ନିକଟରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ବାହାରି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏନେଇ ଜିଲ୍ଲା ବିଜେପି କହିଛି ଯେ, ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସ ଯେଉଁ ଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି ସେଥିରେ ରାଜ୍ୟର ସାଢେ ୪ କୋଟି ଓଡିଆ ମାନସିକସ୍ତରରେ ଆଘାତ ପାଇଛନ୍ତି । ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ । ପୋଲିସ ଡିଜି, ଭୁବନେଶ୍ବର କଟକ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଛନ୍ତି । ନବ ଦାସଙ୍କୁ ପୋଲିସ ଏଏସଆଇ ହତ୍ୟା କରିଛି । ବିଜେପି ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି ।"ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି, ଭୁବନେଶ୍ବର ଓ କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ବିଜେପି କର୍ମୀ ।

କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ପୋଲିସ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ମିଛ ଦଫା ଲଗାଇଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଜିଲ୍ଲାରୁ ନେଇ ବୁଥ ପର୍ଯ୍ୟନ୍ତ ବିରୋଧ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ଚେତାବନୀ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାଏକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ନେତା ଉପସ୍ଥିତ ଥିଲେ । ଆଜିର ବିକ୍ଷୋଭ ପ୍ରଦର୍ଶନକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ପ୍ରକାଶ ଥାଉକି, ଗତ ଫେବୃଆରୀ ୨୮ ତାରିଖରେ ବିଜେପି ମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନବ ଦାସ ହତ୍ୟା ଘଟଣାରେ ବିଶାଳ ରାଲି କରାଯାଇଥିଲା । ପ୍ରତିବାଦରେ ବିଧାନସଭା ଘେରାଉ କରାଯାଉଥିବା ସମୟରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ କିଛି ପୋଲିସ କର୍ମୀ ଆହତ ହେବା ସହିତ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ମଧ୍ୟ ଆହତ ହୋଇଥିଲା । ଏହି ଘଟଣାରେ ପୋଲିସ ୨୨ଜଣ ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.