ETV Bharat / state

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାରେ BJPର ପ୍ରତିବାଦ, SPଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲା ବିଜେପି। ସାମିଲ ହେଲେ ଦଳର 9 ବିଧାୟକ । ଏସପିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଦଳ । ଅଧିକ ପଢନ୍ତୁ...

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାରେ ବିଜେପିର ପ୍ରତିବାଦ, ଏସପିଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

author img

By

Published : Oct 12, 2021, 8:01 PM IST

କେନ୍ଦୁଝର: ଗତ ୧୦ ତାରିଖରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲା ବିଜେପି । କେନ୍ଦୁଝର ସହରର ଗାନ୍ଧୀ ଛକରେ ଆଜି ପୂର୍ବାହ୍ନ ୧୦ଟାରୁ 6 ଘଣ୍ଟିଆ ଅଖଚକ ବନ୍ଦ ଡାକରା ଦେଇଥିଲା ବିଜେପି । ଫଳରେ ଉକ୍ତ ଛକରେ ଗାଡି ଚଳାଚଳ ବନ୍ଦ ରହିଥିଲା । ପରେ ଏହି ଆନ୍ଦୋଳନରେ ରାଜ୍ୟ ବିଜେପିର ୯ ଜଣ ବିଧାୟକ ମଧ୍ୟ ସାମିଲ ହୋଇଥିଲେ । ବିଧାୟକମାନେ ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାରେ BJP ର ପ୍ରତିବାଦ, SPଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଏହି ଆଲୋଚନା ପରେ ଯଥାଶୀଘ୍ର ଦୋଷୀକୁ ଧରିବାକୁ ଏସପି ସମୟ ଦେବା ସହ ସିସିଟିଭିରୁ ମିଳିଥିବା ଫୁଟେଜ ଅନୁସାରେ ଫଟୋ ଜାରି କରାଯିବ ବୋଲି ଏସପି ଆଲୋଚନା ପରେ ପ୍ରକାଶ କରିଥିଲେ। ଏସପିଙ୍କ ପ୍ରତିଶ୍ରୁତି ପରେ ବିଧାୟକ ମୋହନ ମାଝୀଙ୍କୁ ଅଧିକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ଦାବି ସହ ଆନ୍ଦୋଳନକୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ବୋଲି ବିଧାୟକମାନେ ସହମତି ପ୍ରକାଶ କରିଛନ୍ତି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ପୁଣି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି ।

ଘଟଣା ଅନୁସାରେ, ଗତ ୧୦ ତାରିଖରେ ସ୍ଥାନୀୟ ବିଧାୟକ ମୋହନ ମାଝୀ ମିଟିଂ ସାରି ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । 2 ଜଣ ଦୁର୍ବୃତ୍ତ ବାଇକରେ ଆସି ମୋହନଙ୍କ ଗାଡି ଉପରେ ୨ଟି ବୋମାମାଡ କରିଥିଲେ। ଗାଡିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଧାୟକ ମାଝୀ ସୁରକ୍ଷିତ ଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ମୋହନ ମାଝୀ ଏହି ଆକ୍ରମଣ ପାଇଁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଛନ୍ତି । ବିଜେପି ଆକ୍ରମଣ ପଛରେ ଶାସକ ଦଳର ସମ୍ପୃକ୍ତି ଥିବା ସିଧାସଳଖ ଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.