ETV Bharat / state

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ନୟାଗଡ ପରୀ ଘଟଣାର ସିବିଆଇ ତଦନ୍ତ ଦାବିରେ ହରିଚନ୍ଦନପୁର ବିଜେପି ପକ୍ଷରୁ ପଦଯାତ୍ରା । ପଢନ୍ତୁ ଅଧିକ.....

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା
ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା
author img

By

Published : Dec 22, 2020, 10:51 PM IST

କେନ୍ଦୁଝର: ନୟାଗଡ ପରୀ ଘଟଣାର ସିବିଆଇ ତଦନ୍ତ ଦାବିରେ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବିଜେପି ପକ୍ଷରୁ ଏକ ପଦଯାତ୍ରା କରାଯାଇଛି । ପଦଯାତ୍ରା ପରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ଦଳ ।

ଏହି ପଦଯାତ୍ରାରେ ପରୀ ମୃତ୍ୟୁ ଘଟଣାର ସଠିକ୍ ତଦନ୍ତ ପାଇଁ ଏହାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପଦଯାତ୍ରାକୁ ଦୃଷ୍ଟିରେ ରଖି ହରିଚନ୍ଦନପୁର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଜିଲ୍ଲାର ୧୩ଟି ବ୍ଲକ ମୁଖ୍ୟାଳୟରେ ଏହି ପଦଯାତ୍ରା କରାଯିବ ବୋଲି ଦଳ ପକ୍ଷରୁ ଜଣାପଡିଛି ।

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ତେଲକୋଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ଅଞ୍ଚଳର ବହୁ ବିଜେପି ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ପଦଯାତ୍ରା ମନୋହରପୁର ହାଇସ୍କୁଲ ପଡିଆ ଠାରୁ ବାହାରି ବ୍ଲକ ଅଫିସରେ ପହଞ୍ଚିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.