ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଥିବାରୁ ଏନେଇ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ଏକ ଟିମ୍ ବଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏହି ଟିମ୍ ଘସିପୁରା ବ୍ଳକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଚାଷୀମାନଙ୍କ ସହିତ ଚାଷର ସ୍ଥିତି ବିଷୟରେ ଆଲୋଚନା କରିବା ସହ ସେମାନଙ୍କର ଅଭିଯୋଗ ସମ୍ପର୍କରେ ଅବଗତ ହୋଇଥିଲେ ।
ସ୍ଥାନୀୟ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବାବେଳେ ସରକାର ଏହି ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ , ଇଟିଭି ଭାରତ