ଆନନ୍ଦପୁର: ଆଜି(ରବିବର) ମୋଦି ସରକାରଙ୍କ 7 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପି 2 ଦିନ ସେବା ଦିବସ ପାଳନ କରିବ ରାଜ୍ୟ ବିଜେପି । ଏନେଇ ଖାଲିଆମେଣ୍ଟା ମଣ୍ଡଳ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଭଣ୍ଡାରିଡିହା ପଞ୍ଚାୟତ ବିରିଡିହା ଗ୍ରାମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୀପକ ଯେନା ଓ ଅନ୍ୟ କାର୍ଯ୍ୟକର୍ତାମନେ ଉପସ୍ଥିତ ହୋଇ ଗ୍ରାମ ମାନଙ୍କରେ ମାସ୍କ ବଣ୍ଟନ କରିଥିଲେ । ଏହା ସହ କୋରେନା ସଚେତନତା ଓ ଶୁଖିଲା ଖାଦ୍ୟ ବାଣ୍ଟି ଲୋକମାନଙ୍କ ତାପମାତ୍ରା ଚେକ୍ କରିଥିବା କହିଛନ୍ତି ବିଜେପି ନେତା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ