ETV Bharat / state

ଜାତୀୟ ସୁରକ୍ଷା ଦିବସର ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା

author img

By

Published : Mar 7, 2021, 12:25 PM IST

ସାରା ଦେଶରେ ୫୦ତମ ଜାତୀୟ ସୁରକ୍ଷା ଦିବସ ପାଳିତ ହେଉଛି । ଏହି ଅବସରରେ କେନ୍ଦୁଝର ସହରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା
ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା

କେନ୍ଦୁଝର: ସାରା ଦେଶରେ ୫୦ତମ ଜାତୀୟ ସୁରକ୍ଷା ଦିବସ ପାଳିତ ହେଉଛି । ଏହି ଅବସରରେ କେନ୍ଦୁଝର ସହରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏମଏସପି ଗ୍ରୁପ ପକ୍ଷରୁ ଏହି ଦିବସ ପାଳନ ଅବସରରେ ସହରରେ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା ।

ଜାତୀୟ ସୁରକ୍ଷା ଦିବସର ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା

ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ସୁରକ୍ଷା ନିୟମ ପାଳନ କରି ଗାଡି ଚଳାଇବା ଆଦି ବାର୍ତ୍ତା ଦେଇ ଶତାଧିକ ସାଇକେଲ ଆରୋହି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଏମଏସପି ଗ୍ରୁପର ସଭାପତି ଦେଵବ୍ରତ ସ୍ବାଇଁ ପରିଚାଳନା କରିଥିବା ବେଳେ ଡିଏସପି ସୁରେଶ ପାତ୍ର ପତକା ଦେଖାଇ ସାଇକେଲ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ ।

ସ୍ଥାନୀୟ ଲାବଣ୍ୟ ଛକ ଠାରୁ ଆରମ୍ଭ ହୋଇ ଏହି ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଆଗାମୀ ଦିନରେ ଏମଏସପି ଗ୍ରୁପ ପକ୍ଷରୁ ଏଭଳି ସଚେତନତା ଅଭିଯାନ ଜାରି ରହିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.