କେନ୍ଦୁଝର: ଲକ୍ଡାଉନ ବେଳେ ବ୍ୟାଙ୍କରୁ ଚୋରି ଉଦ୍ୟମ । ଶନିବାର ରାତି ସଦର ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଚୋରି ଉଦ୍ୟମ ହୋଇଛି । ଏହି ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ବ୍ରାଞ୍ଚରେ ଦୁର୍ବୁତ୍ତ ମାନେ ଗେଟ ଚାବି ଭାଙ୍ଗି ଚୋରି ଉଦ୍ୟମ କରିଥିଲେ ।
ଚୋରମାନେ ରାତିରେ ଗେଟ ଚାବି ଭାଙ୍ଗି ବ୍ୟାଙ୍କ ଭିତରେ ପଶି ଆଇରନ ଚେଷ୍ଟ ନିକଟକୁ ଯିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି । ଫଳରେ କିଛି କାଗଜପତ୍ରନେଇ ନିକଟସ୍ଥ ଏକ ବିଲ ନିକଟରେ ପକେଇ ପଳେଇଥିବା ଜଣା ପଡ଼ିଛି । ସକାଳୁ ଖବର ପାଇ ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ବିଗତ କିଛି ଦିନ ମଧ୍ୟରେ ଚୋରି ଘଟଣା ଜିଲ୍ଲାରେ ବଢିଥିବା ବେଳେ ଏହାକୁ ରୋକିବାକୁ ନେଇ ପୋଲିସର ବିଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ