ETV Bharat / state

ବାଂଶପାଣି ରେଳ ସାଇଡିଂ ଗୋଷ୍ଠୀ ସଂଘର୍ଷ ଘଟଣା, ୯ ଅଭିଯୁକ୍ତ ଗିରଫ - community clash in kendujhar

ରେଳ ସାଇଡିଂରେ ଗୋଷ୍ଠୀ ସଂଘର୍ଷ ଘଟଣା। ଗିରଫ ହେଲେ 9 ଅଭିଯୁକ୍ତ । ଗତ 11 ତାରିଖରେ ବାଂଶପାଣି ରେଳ ସାଇଡିଂ ନିକଟରେ ୱାଗନ ପ୍ୟାକିଂ ଓ ପରିବହନକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା । ଅଧିକ ପଢନ୍ତୁ

mob lynching in bansapani railway siding
ବାଂଶପାଣି ରେଳ ସାଇଡିଂଗୋଷ୍ଠୀ ସଂଘର୍ଷ ଘଟଣା, ଗିରଫ ହେଲେ ୯ ଅଭିଯୁକ୍ତ
author img

By

Published : Sep 16, 2020, 7:04 AM IST

କେନ୍ଦୁଝର: ରେଳ ସାଇଡିଂରେ ଗୋଷ୍ଠୀ ସଂଘର୍ଷ ଘଟଣାରେ 9 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 6 ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ପାଇଁ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି । ହେଲେ ଅନ୍ୟ ଏକ ଗୋଷ୍ଠୀର ସନ୍ତୋଷ ସିଂ ନାମକ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଛି ।

ବାଂଶପାଣି ରେଳ ସାଇଡିଂଗୋଷ୍ଠୀ ସଂଘର୍ଷ ଘଟଣା, ଗିରଫ ହେଲେ ୯ ଅଭିଯୁକ୍ତ

ସୂଚନା ଅନୁସାରେ, ଗତ ୧୧ରେ କେନ୍ଦୁଝର ବାଂଶପାଣି ରେଳ ସାଇଡିଂ ନିକଟରେ ୱାଗନ ପ୍ୟାକିଂ ଓ ପରିବହନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଳମ୍ବିତ ରାତିରେ କମାରଯୋଡ଼ା ଛକ ଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । କମାରଯୋଡ଼ାରେ ଥିବା କୁନା ପାତ୍ର ଓ ମୁନା ପାତ୍ରଙ୍କ ଘରେ ଆକ୍ରମଣ କରାଯାଇ ଭଙ୍ଗାରୁଜା କରାଯାଇଥିଲା । ଏପରିକି,୫ଟି ବାଇକ ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର 9 ଜଣଙ୍କୁ ଗିରଫ କରିଥିଲା । ଏପରିକି ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.