ETV Bharat / state

ବଳଦେବଜୀଉଙ୍କ ଦଧିନଉତିରେ ଫାଟ, ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ - keonjhar district news

କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେଵଜୀଉ ମନ୍ଦିରର ଦଧିନଉତିରେ ଫାଟ । ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ । ଅଧିକ ପଢନ୍ତୁ...

ବଳଦେବଜୀଉଙ୍କ ଦଧିନଉତିରେ ଫାଟ, ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Jul 6, 2021, 5:12 PM IST

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେଵଜୀଉଙ୍କ ମନ୍ଦିରର ଦଧିନଉତିରେ ଫାଟ ଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ରକ୍ଷଣାବେକ୍ଷଣା ଅଭାବରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାର ତୁରନ୍ତ ମରାମତି ପାଇଁ ଦାବି ହୋଇଛି । ୧୬୭୧ ମସିହାରେ ନିର୍ମିତ ଏହି ମନ୍ଦିର ପୁରୀ ବଡ଼ଦେଉଳ ପରେ ଦ୍ବିତୀୟ ବୃହତ୍ତମ ମନ୍ଦିର ଭାବେ ବେଶ ପରିଚିତ । ଉକ୍ତ ମନ୍ଦିର ପୁରାତନ ହୋଇଥିବାବେଳେ ସମୟ କ୍ରମେ ଏହା ଜରାଜୀର୍ଣ୍ଣ ହେବାକୁ ବସିଲାଣି । କିଛି ବର୍ଷ ପୂର୍ବେ ଏହି ମନ୍ଦିରର ମରାମତି କରାଯାଇ ରଙ୍ଗ କରାଯାଇଥିଲା । କିନ୍ତୁ ଏବେ ଏହି ମନ୍ଦିରର ଦଧିନଉତିରେ ଫାଟ ଦେଖାଦେଇଛି । ଏହି ଦଧିନଉତିରେ ଫାଟର ଭିଡ଼ିଓ ଭାଇରଲ ହେବାକୁ ଲାଗିଛି । ଯାହାକୁ ନେଇ ଜିଲ୍ଲାବାସୀ ବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଳଦେବଜୀଉଙ୍କ ଦଧିନଉତିରେ ଫାଟ, ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ

ମନ୍ଦିରଟି ପୁରାତନ ହୋଇଥିବାରୁ ରକ୍ଷଣାବେକ୍ଷଣା ଅଭାବରୁ ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ନେଇ ଦାବି ମଧ୍ୟ ହୋଇଛି । ଏନେଇ ସଦର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଭିଡ଼ିଓଟି ସମ୍ପୃକ୍ତ ମନ୍ଦିରର କି ନୁହେଁ ଜଣାପଡୁନଥିବା କହିଥିଲେ । ଏହାର ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି । ଉକ୍ତ ଭିଡିଓଟି ବଳଦେବଜୀଉ ମନ୍ଦିରର ହୋଇଥିଲେ ପ୍ରତ୍ନତତ୍ତ୍ବ ବିଭାଗକୁ ଜଣାଯାଇ ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.