ETV Bharat / state

ବିଜୟା ଦଶମୀରେ କେଶଦୁରାପାଳର ନିଆରା ପରମ୍ପରା ବଳଦ ଯାତ୍ରା - keonjhar kesadurapala village

କେନ୍ଦୁଝର କେଶଦୁରାପାଳ ଗ୍ରାମର ନିଆରା ପରମ୍ପରା ବଳଦ ଯାତ୍ରା । ବିଜୟା ଦଶମୀରେ ଜିଲ୍ଲାରେ ଏହି ବଳଦ ଯାତ୍ରା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Oct 9, 2019, 4:42 AM IST

ଆନନ୍ଦପୁର: ବଳଦ ଯାତ୍ରା । ଯେ କେହି ଏହି ଯାତ୍ରା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ରାଜ୍ୟରେ ବିଭିନ୍ନ ଯାତ୍ରା ହେଉଥିବାବେଳେ ବଳଦ ଯାତ୍ରା ଖୁବ୍ କମ ସ୍ଥାନରେ ହୋଇଥାଏ । ଶାରଦୀୟ ଦୁର୍ଗା ପୂଜାର ବିଜୟା ଦଶମୀ ଦିନ କେନ୍ଦୁଝର କେଶଦୁରାପାଳ ଗାଁରେ ଅନୁଷ୍ଠିତ ହୋଇଛି ଏହି ନିଆରା ଯାତ୍ରା । ଏଥିରେ ଗାଁର ବଳିଷ୍ଠ ବଳଦମାନଙ୍କୁ ବିଭିନ୍ନ ବେଶ ପୋଷାକରେ ସଜ୍ଜାଯାଇ ସହର ପରିକ୍ରମା କରାଯାଏ । ଯାହା ଯାତ୍ରାକୁ ବେଶ ଆକର୍ଷଣୀୟ କରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏଠାରେ କାହିଁ କେଉଁ କାଳରୁ ବଳଦ ଯାତ୍ରା ପାଳନ ହେଉଛି । ବିଜୟା ଦଶମୀ ଦିନ ଗାଁର ବଳିଷ୍ଠ ବଳଦଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଏ । ପ୍ରଥମେ ବଳଦଙ୍କୁ ହଳଦୀ ପାଣିରେ ଗାଧେଇ, ସୁନ୍ଦର ବେଶ ପୋଷାକରେ ସଜାଯାଏ । ଏହାପରେ ଗାଁ ମଝିରେ ସେମାନଙ୍କୁ ପୂଜା କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥାଏ । ଏହି ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ଆଗମନ ହୋଇଥାଏ ।

ସାଧାରଣତଃ ବଳଦମାନେ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି । ଲୋକମାନେ ବେପାର ବଣିଜ କରିବା ପାଇଁ ବଳଦ ମାନଙ୍କର ସାହାଯ୍ୟ ନେଇଥାନ୍ତି । କେଶଦୁରାପାଳ ଗ୍ରାମବାସୀ ଚାଷ ସହ ବାଣିଜ୍ୟିକ ସମ୍ପ୍ରଦାୟର ହୋଇଥିବାରୁ ବେପାରରେ ଉନ୍ନତି ପାଇଁ ଏହି ଦିନ ନିଜ ବ୍ୟବସାୟର ଶୁଭାରମ୍ଭ କରିଥାନ୍ତି । ବିଶ୍ବାସ ରହିଛି ବିଜୟା ଦଶମୀରେ ଏଭଳି କଲେ ମଙ୍ଗଳା ମା' ଖୁସି ହେବା ସହ ବେପାର ଓ ଚାଷ କାମ ଭଲ ହୋଇଥାଏ ।

ପୂର୍ବକାଳରେ କୃଷି କାର୍ଯ୍ୟ ହେଉ କିମ୍ବା ବେପାର ବଳଦ ବ୍ୟବହାର ହୋଇଥାନ୍ତି । ହେଲେ ବର୍ତ୍ତମାନର ଯାନ୍ତ୍ରିକ ଯୁଗରେ ବଳଦଙ୍କ ବ୍ୟବହାର ଲୋପ ପାଇବାରେ ଲାଗିଛି । କିନ୍ତୁ କେଶଦୁରାପାଳର ଏହି ବଳଦ ଯାତ୍ରା ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିଛି ବୋଲି ଆୟୋଜକ କମିଟିର ସଭାପତି କହିଛନ୍ତି ।

ଆନନ୍ଦପୁରରୁ ସ୍ମତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:081019_AND_PKG_Balada jatra_Anandapur

ଆଙ୍କର-ଶାରଦୀୟ ଦୁର୍ଗା ପୂଜା ବିଜୟା ଦଶମୀ ଅବସରରେ ନିଆରା ବଳଦ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ବଳଦ ଶୋଭାଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଶହଶହ ଲୋକମାନେ କେଶଦୁରାପାଳ ବାଲିଯାତ୍ରା ପଡ଼ିଆକୁ ଆସିଥାନ୍ତି। ଏଠାରେ ପ୍ରତିଯୋଗିତା ହୁଏ । ସୁନ୍ଦର ସଜାଯାଇଥିବା ଗ୍ରାମର ବଳଦ ଦଳକୁ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥାଏ।

ଭିଓ-୧-କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ବିଜୟା ଦଶମୀ ଦିନ ପାଳିତ ହୋଇଥାଏ ନିଆରା ବଳଦ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ଶେଷରେ ବାଲିଯାତ୍ରା ପଡ଼ିଆ କୁ ଆସିଥାନ୍ତି। ସେଠାରେ ବିଭିନ୍ନ ଗ୍ରାମରୁ ଆସିଥିବା ବଳଦ ମନଙ୍କ ମଧ୍ୟରେ ସୁନ୍ଦର ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗ୍ରାମର ଭଲ ଭଲ ବଳଦ କୁ ସକାଳୁ ଗାଧୋଇ ସୁନ୍ଦର ଭାବରେ ସଜାଯାଇ ବାହାର କରାଯାଇଥାଏ। ଗାଁ ମଝିରେ ପୂଜା କରାଯାଇ ବାଜା ବଜାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥାଏ। ଏହି ବଳଦ ଶୋଭାଯାତ୍ରା କାହିଁ କେଉଁ ଆଦିମ କାଳରୁ ହୋଇଆସୁଛି।

ଭି.ଓ-୨-ସାଧାରଣତଃ ବଳଦ ମାନେ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି ଏବଂ ଲୋକମାନେ ବେପାର ବଣିଜ କରିବା ପାଇଁ ବଳଦ ମାନଙ୍କର ସାହାଯ୍ୟ ନେଇଥାନ୍ତି। ଏହି ଅଞ୍ଚଳର ଲୋକମାନେ ଚାଷ ସହ ବଣିଜ ବେବସାୟ ସମ୍ପ୍ରଦାୟର ହୋଇଥିବାରୁ ସ୍ମୃତି ପାଇଁ ଏଇ ବିଜୟ ଦଶମୀ ଦିନରୁ ସେମାନଙ୍କ ବେପାର ର ଶୁଭ ଆରମ୍ଭ କରିଥାନ୍ତି ଯେହେତୁ ବଳଦ ସାହାଯ୍ୟ କରିଥାନ୍ତି ତେଣୁ ବଳଦ ମାନଙ୍କୁ ସଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥାନ୍ତି। ଏହା ବହୁ ପୂର୍ବ ପୁରୁଷ ରୁ ଚାଲିଆସୁଛି। ତେଣୁ ଏହାକୁ ବଜାଇ ରଖିବା ଉଦେଶ୍ୟ ବୋଲି କହିଛନ୍ତି ଆୟୋଜକ କମିଟିର ସଭାପତି।

ଫାଭିଓ-ବିଶ୍ୱାସ ଅଛି ଏହା କରିବା ଦ୍ୱାରା ମଙ୍ଗଳା ମା ଖୁସି ହୁଆନ୍ତି । ବେପାର ବଣିଜ ଭଲ ହେବା ସହ ଚାଷବାଷ ଭଲ ହୋଇଥାଏ।ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ।
ବାଇଟି-୧-ଦର୍ଶକ
ବାଇଟି-୨-ରବୀନ୍ଦ୍ର ସାହୁ(ବଳଦ ମାଲିକ)
ବାଇଟି-୩-ଦର୍ଶକ
ବାଇଟି-୪-ହରିପ୍ରସାଦ ମିଶ୍ର(ଆୟୋଜକ କମିଟି ସଦସ୍ୟ)

Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.