ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳର ୧୩ ନଂ ୱାର୍ଡରେ ଥିବା ହରିଜନ ସାହିର ରାସ୍ତା ଖରାପ ହୋଇ ପଡିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିଜର ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛନ୍ତି ସ୍ଥନୀୟ ମହିଳା ।
ଦୀର୍ଘଦିନ ଧରି ଏଠାରେ ରାସ୍ତା ଖରାପ ହୋଇପଡିବା ମୁଖ୍ୟ ସମସ୍ୟା ପାଲଟିଗଲାଣି । ଗାଁ ଲୋକେ ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବାରମ୍ବାର କହିବା ସତ୍ତ୍ବେ ପ୍ରଶାସନ ଦୃଷ୍ଟି ପଡୁନଥିବାରୁ ଶତାଧିକ ମହିଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ନିଜର ଦାବି ଜଣାଇଛନ୍ତି । ଯଦି ତୁରନ୍ତ ରାସ୍ତାର ମରାମତି କରାନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ଦୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ