ETV Bharat / state

ଟ୍ରାଫିକରେ 4 ଘଣ୍ଟା ଫସିଲା ଆମ୍ବୁଲାନ୍ସ, ରୋଗୀ ହନ୍ତସନ୍ତ - କେନ୍ଦୁଝରରେ ଆମ୍ବୁଲାନ୍ସକୁ ମିଳୁନି ରାସ୍ତା

କୋରୋନା କାଳରେ ସେବା ପାଇଁ ରୋଗୀ ହେଉଛନ୍ତି ଦହଗଞ୍ଜ । ରାସ୍ତା ଜାମ ଯୋଗୁଁ ରୋଗୀକୁ ନେଇ ଆସୁଥିବା ଆମ୍ବୁଲାନ୍ସ 4 ବର୍ଷ ଧରି ଫସି ରହିଥିବା ଘଟଣା ସାମ୍ନାକୁ ଆସିଛି ।

keonjhar
4ଘଣ୍ଟା ଫସିଲା ଆମ୍ବୁଲାନ୍ସ
author img

By

Published : Aug 5, 2020, 2:05 PM IST

କେନ୍ଦୁଝର: ମହମାରୀ କୋରୋନାକୁ ନେଇ ସବୁଠି ଖେଳିଯାଇଛି ଆତଙ୍କର ଛାୟା । ଏହରି ମଧ୍ୟରେ ରୋଗୀ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲାରେ ବହୁ ସ୍ଥାନରେ ଆମ୍ବୁଲାନ୍ସ ଗାଁ ନିକଟକୁ ପହଁଚି ପାରୁ ନଥିବାବେଳେ ବହୁ ସମୟରେ ରୋଗୀ ଆମ୍ବୁଲାନ୍ସରେ ଥାଇ ମଧ୍ୟ ମେଡ଼ିକାଲ ପହଞ୍ଚି ପାରୁନାହାନ୍ତି ।

4ଘଣ୍ଟା ଫସିଲା ଆମ୍ବୁଲାନ୍ସ

ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଯୋଡ଼ା ଠାରୁ ଚମ୍ପୁଆ ମେଡିକାଲକୁ ରୋଗୀ ଆସୁଥିବା ସମୟରେ ରାସ୍ତାରେ । ଯେଉଁଠି ପ୍ରବଳ ଜାମ ଯୋଗୁଁ ଆମ୍ବୁଲାନ୍ସ ଦୀର୍ଘ ୪ଘଣ୍ଟା ଫସି ରହିଥିଲା । ପ୍ରକାଶ ଥାଉଯେ, ପ୍ରତିଦିନ ଉକ୍ତ ରାସ୍ତାରେ ହଜାର ହଜାର ମାଲବାହୀ ଟ୍ରକ ଚଳାଚଳ କରୁଥିବା ବେଳେ ଏଭଳି ଚିତ୍ର ଜିଲ୍ଲାବାସୀଙ୍କ ଦେହସୁହା ହେଇଗଲାଣି ।

ଏନେଇ ଯୁବ ଓ ଶ୍ରମ ସଂଗଠନ ଭଳି ସଙ୍ଗଠନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହାର ସୁଫଳ କିଛି ମିଳୁନାହିଁ । ଏହି ଜାମ ମଧ୍ୟରେ ଫସି ଥିବା ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ବହୁ କଷ୍ଟରେ ଚମ୍ପୁଆ ମେଡିକାଲକୁ ଯାଇଥିବା ବେଳେ ରୋଗୀଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.