ETV Bharat / state

ବିଭିନ୍ନ ସମସ୍ୟା ଘେରରେ ଅମରକୋଲା ଗ୍ରାମବାସୀ, ସମାଧାନ ପାଇଁ ଦାବି - ସମସ୍ୟା ଘେରରେ ଅମରକୋଲା ଗ୍ରାମବାସୀ

ବିଭିନ୍ନ ସମସ୍ୟା ଘେରରେ ଅମରକୋଲା ଗ୍ରାମର ୫୦ ପରିବାରର ୨୦୦ରୁ ଊର୍ଦ୍ଧ୍ବ ଲୋକ । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟା ଘେରରେ ଅମରକୋଲା ଗ୍ରାମବାସୀ, ସମାଧାନ ପାଇଁ ଦାବି

author img

By

Published : May 1, 2021, 8:40 PM IST

ଆନନ୍ଦପୁର: ଗ୍ରାମାଞ୍ଚଳର ବିକାଶ ସହ ଉପାନ୍ତ ଅଞ୍ଚଳରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ମାଧ୍ୟମରରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରୁଛନ୍ତି । କିନ୍ତୁ ସରକାରୀ ଅଧିକାରୀମାନଙ୍କ ଅବହେଳା କାରଣରୁ ଏହି ଯୋଜନା ସଫଳ ରୂପାୟନ ହୋଇପାରୁ ନାହିଁ । ଫଳରେ ଗ୍ରାମାଞ୍ଚଳରେ ଲୋକମାନେ ଅନେକ ସମସ୍ୟା ମଧ୍ୟରେ ରହୁଛନ୍ତି । ଯାହାର ଏକ ନଗ୍ନ ଛବି ସାମ୍ନାକୁ ଅସିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅମରକୋଲା ଗ୍ରାମରେ । ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନଥିବାବେଳେ ବିଶୁଦ୍ଧ ପାଣି ପାଇଁ ଗ୍ରାମବାସୀ ବର୍ଷସାରା ଡ଼ହଳ ବିକଳ ହେଉଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ସମସ୍ୟା ଘେରରେ ଅମରକୋଲା ଗ୍ରାମବାସୀ, ସମାଧାନ ପାଇଁ ଦାବି

ତେବେ ଘସିପୁରା ବ୍ଲକ ଦରଡ଼ିପାଳ ପଞ୍ଚାୟତ ଅମରକୋଲା ଗ୍ରାମର ୫୦ ପରିବାରର ୨୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇ ନଥିବା କାରଣରୁ କାଦୁଅ ପଚ ପଚ ରାସ୍ତା ଦେଇ ଲୋକେ ଯାତାୟତ କରୁଛନ୍ତି । ବର୍ଷା ଦିନ ଆସିଲେ କଥା ସରିଲା, ଗାଡି ମଟର ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର ହୋଇଯାଏ ଗ୍ରାମବାସୀଙ୍କ ପାଇଁ ।

ସେହିପରି ଏତେ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି । ସେଥିରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାବେଳେ ଅଧିକାଂଶ ସମୟରେ ଅଚଳ ହୋଇ ପଡିରହୁଛି । ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ନିକଟସ୍ଥ ନଈପାଣିକୁ ବ୍ୟବହାର କରୁଛନ୍ତି । ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଘର ନଥିବାରୁ ପିଲାମାନେ ଝାଟିମାଟି ଖୋଲାଘରେ ପାଠ ପଢୁଛନ୍ତି । ଅଙ୍ଗନବାଡି ଘର ଆସିଥିଲେ ମଧ୍ୟ କିଛି ବ୍ୟକ୍ତି ଏହି ଅଙ୍ଗନବାଡିକୁ ଅନ୍ୟ ପଞ୍ଚାୟତରେ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ଅନେକ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳନଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.