ETV Bharat / state

ଧାନ ବିକ୍ରି ନେଇ ସମସ୍ୟା, ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ - lamp luck by farmer at keonjhar

ଶନିବାର କେନ୍ଦରୁଝର ସଦର ଲ୍ୟାମ୍ପସରେ ତାଲା ପକାଇଲେ ଶତାଧିକ ଚାଷୀ । ଧାନ ବିକ୍ରି ପାଇଁ ମୋବାଇଲକୁ ମେସେଜ ଆସିବା ସ୍ବତ୍ତେ ଲ୍ୟାମ୍ପସରେ ଧାନ କିଣା ହେଉନାହିଁ । ଅଧିକ ପଢନ୍ତୁ...

ଧାନ ବିକ୍ରି ନେଇ ସମସ୍ୟା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

author img

By

Published : Mar 14, 2020, 6:57 PM IST

କେନ୍ଦୁଝର: ଦିନକୁ ଦିନ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ବଢ଼ିବାରେ ଲାଗିଛି । କେଉଁଠି ଲ୍ୟାମ୍ପସରେ ଧାନ କିଣାକୁ ନେଇ ଦୁର୍ନୀତି ଅଭିଯୋଗ ହେଲାଣି ତ କେଉଁଠି ଧାନ ବିକ୍ରି ହେଇପାରୁନାହିଁ ।

ଧାନ ବିକ୍ରି ନେଇ ସମସ୍ୟା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ଏନେଇ ଶନିବାର କେନ୍ଦୁଝର ସଦର ଲ୍ୟାମ୍ପସରେ ଧାନ କିଣାରେ ଅନିୟମିତତାକୁ ନେଇ ତାଲା ପକାଇଛନ୍ତି ଶତାଧିକ ଚାଷୀ । ଧାନ ବିକ୍ରି ପାଇଁ ମୋବାଇଲକୁ ମେସେଜ ଆସିବା ସ୍ବତ୍ତେ ଲ୍ୟାମ୍ପସରେ ଧାନ କିଣା ଟାର୍ଗେଟ ସାରିଯାଇଥିବା କହି ଚାଷୀଙ୍କୁ ଫେରାଇବା ଅଭିଯୋଗ ହୋଇଛି । ଧାନ ବିକଲେ ପରିବାର ଚଳିବ ନହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଫଳରେ ଲ୍ୟାମ୍ପସରେ ତାଲା ପକାଇବା ସହ କିଛି ସମୟ ଲ୍ୟାମ୍ପସ ଅଧିକାରୀଙ୍କୁ ଚାଷୀ ଅଟକ ରଖିଥିଲେ । ଏନେଇ ଲ୍ୟାମ୍ପସ ଅଧିକାରୀଙ୍କୁ ପାଚରିବାରୁ ମାସେ ଟାର୍ଗେଟ ସରିଯାଇଛି । ଆଉ ଥରେ ଟାର୍ଗେଟ ଆସିଲେ ଧାନ କିଣା ହେବ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.