ETV Bharat / state

ରାସ୍ତାପାଇଁ ରାସ୍ତାରୋକ: ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ - ଆବାସିକ ବିଦ୍ୟାଳୟ

ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ କରି ଗାଁରେ ଉତ୍ତେଜନା । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନରଣପୁରରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 12, 2019, 10:29 PM IST

କେନ୍ଦୁଝର: ସ୍କୁଲ ରାସ୍ତା ମରାମତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନରଣପୁରରେ ।

ସୂଚନା ଅନୁସାରେ, ନରଣପୁରରେ ଥିବା ଆବାସିକ ବିଦ୍ୟାଳୟର ରାସ୍ତା ମରାମତି କାର୍ଯ୍ୟ ହେଉଥିଲା । 49 ନମ୍ବର ଜାତୀୟ ରାଜପଥ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ସରକାରଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଫଳରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ମାଧ୍ୟମରେ ଆଜି ରାସ୍ତାର ମରାମତି କରାଯାଉଥିଲା । କିନ୍ତୁ ଏହି ମରାମତିକୁ ବିରୋଧ କରିଥିଲେ ଗାଁ ର ଆଉ ଏକ ଗୋଷ୍ଠୀ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହେବାସହ ରାସ୍ତା କାମ ବନ୍ଦ ହୋଇଥିଲା ।

ଏହାର ପ୍ରତିବାଦରେ ଅଭିଭାବକ ମାନେ 49 ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧର ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା କାମ ଆରମ୍ଭ କରିବାକୁ କହିଥିଲେ । ରାସ୍ତା କାମ ଆରମ୍ଭ ହେବା ପରେ ରାସ୍ତା ଅବରୋଧ ହଟିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍କୁଲ ରାସ୍ତା ପାଇଁମୁଖ୍ୟ ରାସ୍ତା ଅବରୋଧ କଲେ ଅଭିଭାବକ

Body:ଆଜି ଟାଉନ ଥାନା ଅନ୍ତର୍ଗତ ନରଣପୁର ଠାରେ ୪୯ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି । ଏହି ରାସ୍ତା ଅବରୋଧ କରିଛନ୍ତି ଖୋଦ ନରଣପୁର ଆବାସିକ ବିଦ୍ୟାଳୟ ର ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା । ଉକ୍ତ ବିଦ୍ୟାଳୟ କୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ଏକ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତା ଖାଲ ହୋଇଯାଇ ଥିବାରୁ ଆଜି ସେଠି ବିଦ୍ୟାଳୟ ପକ୍ଷରୁ ମରମ ବିଛା ଯାଉଥିଲା । କିନ୍ତୁ ଉକ୍ତ ରାସ୍ତା ନିଜର କହି ନରଣପୁର ଗ୍ରାମର ଲୋକ ଏହି ରାସ୍ତା କାର୍ଯ୍ୟ କୁ ବିରୋଧ କରିଥିଲେ । ଏଥିରେ ଖୁବ୍ଧ ହୋଇ ବିଦ୍ୟାଳୟ ର ଅଭିବାବକ ଓ କିଛି ସ୍ଥାନିୟ ବାସିନ୍ଦା ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । କିଛି ସମୟ ଏହି ଅବରୋଧ ପରେ ସ୍ଥାନୀୟ ସରପଞ୍ଚ ଆସି ବୁଝାସୁଝା କରିବା ପରେ ସ୍କୁଲ ରାସ୍ତା କାର୍ଯ୍ୟ ଚାଲିବା ସହ ଅବରୋଧ ହଟିଥିଲା ।

ବାଇଟ-୧-ସବିତା ଜେନା ( ଅଭିବାବକ) ଶାଗୁଆ ଶାଢ଼ୀ ପିନ୍ଧି ଥିବା ମହିଳା
ବାଇଟ-୨-କବିନ୍ଦ୍ର ନାଏକ ( ବିରୋଧ କରୁଥିବା ବ୍ୟକ୍ତି) ନଣ୍ଡା ହୋଇଥିବା ବ୍ୟକ୍ତି
ବାଇଟ-୩-ନରେନ୍ଦ୍ର ନାଏକ( ସରପଞ୍ଚ) ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.