କେନ୍ଦୁଝର: ଜିଲ୍ଲାରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 20ରେ ପହଞ୍ଚିଛି । ମଙ୍ଗଳବାର ହାଟଡିହି, ଘଷିପୁରା, ବାଂଶପାଳ, ପାଟଣା, ହରିଚନ୍ଦନପୁର ବ୍ଲକ ସହ କେନ୍ଦୁଝର ପୌରପାଳିକାରୁ କୋରୋନା ଚିହ୍ନଟ ହୋଇଛି । ଏହା ସହ କେନ୍ଦୁଝର ଜିଲ୍ଲାର ଚାରୋଟି ବ୍ଲକ ସହ ଜିଲ୍ଲାର 4ଟି ବ୍ଲକ ସହ ଜିଲ୍ଲା ମୁଖ୍ୟାଳୟରେ ଆକ୍ରାନ୍ତ ପାଦ ଛୁଇଁଛି ।
ଏହି ଆକ୍ରାନ୍ତଙ୍କ ମଧ୍ୟରେ ହାଟଡିହିର ରାଘବପୁର, ଆନନ୍ଦପୁରର ଧକୋଠା, ଘଷିପୁରାର ଖାଲପାଳ, କେନ୍ଦୁଝରଗଡ଼ ପୌରପାଳିକାର ଢିପାସାହି, ପାଟଣାର ଚେମଣା, ହରିଚନ୍ଦନପୁରର ଜିରାଙ୍ଗରେ ଗୋଟିଏ ଲେଖାଏଁ ,ବାଂଶପାଳ କୁମୁଣ୍ଡିର ଦୁଇ ଜଣ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ 2 ଜଣ ସ୍ଥାନୀୟ ହୋଇଥିବାବେଳେ ଅନ୍ୟମାନେ ପ୍ରବାସୀ ଫେରନ୍ତା । ଦୁଇ ଜଣ ଗୁଜୁରାଟ, ଦୁଇ ଜଣ ବିହାର, ମହାରାଷ୍ଟ୍ର ଓ ତାମିଲନାଡୁରୁ ଜଣେ ଲେଖାଏଁ ଓଡିଶା ଫେରିଛନ୍ତି । ସମସ୍ତେ ଟିଏମସିରେ ରହିଥିଲେ ।
କୋରୋନା ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂକୁ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ତାର ଟ୍ୱିଟର ଜଣାଇ ଥିବା ବେଳେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଯୋଗେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ