ETV Bharat / state

ସାକାର ହେବ ଦୀର୍ଘଦିନର ସ୍ୱପ୍ନ, ଉପାନ୍ତରେ ବିକାଶର ବାନା ଉଡାଇବ ବିଜୁ ସେତୁ

ଦୂର ହେବାକୁ ଯାଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଅପହଞ୍ଚ କେନ୍ଦୁଘାଟିବାସୀଙ୍କ ଦୁଃଖ । ବୈତରଣୀ ନଦୀ ଉପରେ 10 କୋଟି ବ୍ୟୟରେ ନିର୍ମାଣ ହେବ ପକ୍କା ପୋଲ । ଅଧିକ ପଢନ୍ତୁ

ସାକାର ହେବ ଦୀର୍ଘଦିନର ସ୍ୱପ୍ନ, ଉପାନ୍ତରେ ବିକାଶର ବାନା ଉଡ଼ାଇବ ବିଜୁ ସେତୁ

author img

By

Published : Jan 8, 2022, 8:45 PM IST

କେନ୍ଦୁଝର: ବାସ୍ତବରେ ପରିଣତ ହେବ ଦୀର୍ଘଦିନର ସ୍ବପ୍ନ । ବର୍ଷ ବର୍ଷର ଦାବି ହେବ ପୂରଣ । ଦୂର ହେବ ଗମନାଗମନ ଯନ୍ତ୍ରଣା । ଉପାନ୍ତରେ ବିକାଶର ବାନା ଉଡ଼ାଇବ ବିଜୁ ସେତୁ । କୁହାଯାଏ ଚେଷ୍ଟା କେବେ ବିଫଳ ହୁଏନି । ଯାହା ସାକାର ହେବାର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କେନ୍ଦୁଘାଟି ଗ୍ରାମରେ ।

ସାକାର ହେବ ଦୀର୍ଘଦିନର ସ୍ୱପ୍ନ, ଉପାନ୍ତରେ ବିକାଶର ବାନା ଉଡାଇବ ବିଜୁ ସେତୁ

ଦୂର ହେବାକୁ ଯାଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଅପହଞ୍ଚ କେନ୍ଦୁଘାଟିବାସୀଙ୍କ ଦୁଃଖ । ବୈତରଣୀ ନଦୀ ଉପରେ 10 କୋଟି ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ । ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି । ବର୍ଷ ତମାମ ହୁଲି ଡଙ୍ଗା ଉପରେ ନିର୍ଭର କରୁଥିବା ଲୋକେ ଏବେ ସୁରକ୍ଷିତ ଯାତ୍ରା କରିବେ ।

ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଗ୍ରାମ କେନ୍ଦୁଘାଟି । ଗାଁର ତିନି ପାର୍ଶ୍ବରେ ପ୍ରବାହିତ ହେଉଛି ଦୁଇଟି ନଦୀ ବୈତରଣୀ ଏବଂ ମାଲଦା । ଅନ୍ୟ ପାର୍ଶ୍ବରେ କାଳିମାଟି ପାହାଡ଼ । ଆଉ ତାହାରି ମଧ୍ୟରେ ରହିଛି କେନ୍ଦୁଘାଟି ଗ୍ରାମ । ବର୍ଷର ଚାରି ମାସ ଗାଁଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ ହୋଇଯାଏ । ଏହି ଗ୍ରାମବାସୀଙ୍କ ଯୋଗାଯାଗର ଏକମାତ୍ର ସାଧନ ଥିଲା ହୁଲି ଡଙ୍ଗା । ଗାଁର ସମସ୍ୟା ନେଇ ବାରମ୍ବାର ଗୁହାରି କରିବା ସହ ଖବର ପରିବେଷଣ, ଭୋଟ ବର୍ଜନର ଚେତାବନୀ ପରେ ପ୍ରଶାସନ ଏକ ଅସ୍ଥାୟୀ ଘୋଷରା ପୋଲ ନିର୍ମାଣ କରିଥିଲା । ପାଣି କମିଲେ ଏହି ପୋଲ କାର୍ଯ୍ୟକାରୀ ହେଉ ଥିବାବେଳେ ଅନ୍ୟବେଳେ ପୂର୍ବ ଅବସ୍ଥା ଭୋଗୁଥିଲେ କେନ୍ଦୁଘାଟିବାସୀ ।

କିନ୍ତୁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ଗ୍ରାମବାସୀ ପାଇବେ ପକ୍କା ସେତୁ । ଦୀର୍ଘ ଦିନର ସ୍ବପ୍ନ ହେବ ସାକାର । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଏହି ବିଜୁ ସେତୁର ଭିତ୍ତିପ୍ରସ୍ତର ଉଦଘାଟନ କରିଛନ୍ତି ।

ବୈତରଣୀ ନଦୀରେ ତିଆରି ହେବ ସମ୍ପର୍କର ସେତୁ । ଯଦ୍ବାରା ଉପକୃତ ହେବେ କାଶିଆ, କେନ୍ଦୁଘାଟି, ଫୁଲଝର, ବସନ୍ତପୁର ଆଦି ଗ୍ରାମର ଗ୍ରାମବାସୀ । ଏଭଳି ବିକାଶ ଧାରାକୁ ବଜାୟ ରଖିବା ସହ ଆଗାମୀ ଦିନରେ ଏହାକୁ ସଂଯୋଗ ରାସ୍ତାକୁ ପକ୍କା ସଡକ କରିବା ନେଇ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.