କେନ୍ଦୁଝର: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଶୁକ୍ରବାର ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ବିଭିନ୍ନ ବିଭାଗୀୟ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି ଏବଂ ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଖଣି ପ୍ରଭାବିତ ଅଞ୍ଚଳରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟର ମନ୍ଥର ଗତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସହ ଉନ୍ନୟନ କମିଶନର ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ମଧ୍ୟ ତର୍ଜମା କରିଥିଲେ । ଏହି ଗସ୍ତ ସମୟରେ କମିଶନର ସ୍ଥାନୀୟ ଡିଏନ ହାଇସ୍କୁଲରେ ନୂତନ ଛାତ୍ର ନିବାସର ଶିଳାନ୍ୟାସ ମଧ୍ୟ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ