ETV Bharat / state

ଅଜଣା ଗାଡି ଧକ୍କାରେ ଡ୍ରାଇଭର ମୃତ, 2 ଗୁରୁତର - accident in ghasipura

ଆନନ୍ଦପୁର ଘଷିପୁରା ଥାନା ଏନଏଚ-୨୦ କୋଳିମାଟି ଛକ ନିକଟରେ ବୋଲେରୋକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

accident in anandpur ghasipura
ଅଜଣା ଗାଡି ଧକ୍କାରେ ଡ୍ରାଇଭର ମୃତ
author img

By

Published : Mar 5, 2020, 9:22 AM IST

ଆନନ୍ଦପୁର: ଅଜଣା ଗାଡି ଧକ୍କାରେ ଡ୍ରାଇଭର ମୃତ । ଆନନ୍ଦପୁର ଘଷିପୁରା ଥାନା ଏନଏଚ-୨୦ କୋଳିମାଟି ଛକ ନିକଟରେ ବୋଲେରୋକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ଡ୍ରାଇଭର ଜଣକ ଯୋଡ଼ାର ଟୁଟୁ ପାତ୍ର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଦେବାଶିଷ ମହାକୁଡ଼ ନାମକ ବ୍ୟକ୍ତି ନିଜ ମାଙ୍କ ଅପରେସନ ପାଇଁ ଭୁବନେଶ୍ବର ବାହାରିଥିଲେ । ଯେଉଁଥିପାଇଁ ସେ ଯୋଡା ଅଞ୍ଚଳରୁ ଏକ ବୋଲେରୋ ଗାଡି ଭଡା କରି ସାଙ୍ଗରେ ନିଜ ଭଣଜା ବିଜୟ ମହାକୁଡ଼ଙ୍କୁ ସାଥିରେ ନେଇ ଯାଉଥିଲେ ।

ହଠାତ୍ କୋଳିମାଟି ନିକଟରେ ବୋଲେରୋକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବୋଲେରୋ ଡ୍ରାଇଭର ଟୁଟୁ ପାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଦେବାଶିଷ୍ ଏବଂ ବିଜୟ ଗୁରୁତର ଆହତ ହୋଇଥିଲେ । ଏପଟେ ଦୁର୍ଘଟଣା ଘଟାଇ ଅଜଣା ଗାଡିଟି ଫେରାର ଥିବାବେଳେ ଖବରପାଇ ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.