ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଇଳ ଅଞ୍ଚଳରୁ ଜଣେ ଅପରିଚିତ ବ୍ୟକ୍ତି ଉଦ୍ଧାର । ଉକ୍ତ ବ୍ୟକ୍ତିଙ୍କୁ ବୁଲୁଥିବା ଦେଖି ଲୋକମାନେ ପିଲାଚୋର ଭାବି ତାକୁ ଅଟକାଇ ପଚରାଉଚରା କରିଥିଲେ । ତେବେ ସେ ବିହାରରୁ କାମ ପାଇଁ ଆସିଥିବା ଜଣାପଡିଛି ।
ସୂଚନାନୂଯାୟୀ, ବ୍ୟକ୍ତି ଜଣଙ୍କ ଡୁବୁରୀରେ କାମ କରିବାକୁ ଟ୍ରେନରେ ଆସୁଥିଲେ । ହେଲେ ବାଟରେ ସେ ମୁଣ୍ଡ ବୁଲାଇବାରୁ ସେ ଚେତା ହରାଇ ରାସ୍ତାରେ ପଡ଼ିଯାଇଥିଲେ । ହୋସ ଆସିବା ବେଳକୁ ସେ କିଛି ଜାଣି ପାରିନଥିଲେ। ଆଉ ରାସ୍ତା ନପାଇ ଉକ୍ତ ଅଞ୍ଚଳରେ ବୁଲୁଥିଲେ।
ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଘଷିପୁରା ଥାନା ସହାୟତାରେ ତାଙ୍କୁ ତାର ଗାଁକୁ ପଠାଇ ଦେଇଥିଲେ। ପିଲାମାନଙ୍କର ଏହି କାମ ସବୁ ମହଲରେ ସ୍ୱାଗତ କରାଯାଇଛି ।
ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ