ଆନନ୍ଦପୁର: ଜିଲ୍ଲାସ୍ଥିତ ବାରଙ୍ଗ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଭାଲୁର ମୃତ୍ୟୁ ଘଟିଛି । ହୃଦଘାତରେ ଭାଲୁର ମୃତ୍ୟୁ ହୋଇଥିବା ନେଇ ଆନନ୍ଦପୁର ଡିଏଫଓ ସୂଚନା ଦେଇଛନ୍ତି । ସ୍ବତନ୍ତ୍ର ଟିମ୍ ଘଟଣାର ଅଧିକ ତଦନ୍ତ କରୁଥିବା ସେ କହିଛନ୍ତି ।
ତେବେ ଗତ 20 ତାରିଖ ଶନିବାର ବାରଙ୍ଗ ଜଙ୍ଗଲରୁ ଏକ ମାଈ ଭାଲୁକୁ ଉଦ୍ଧାର କରିଥିଲା ବନ ବିଭାଗ । ହାତୀଟି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ସହ ବନ ବିଭାଗ କର୍ମଚାରୀଙ୍କୁ ଧରା ଦେଉନଥିଲା । ଫଳରେ କର୍ମଚାରୀମାନେ ନାକେଦମ୍ ହୋଇପଡିଥିଲେ । ଶନିବାର ଦିନ ଜାଲ ପକାଇ ଭାଲୁକୁ କାବୁ କରିବା ପରେ ହଦଗଡ ହସ୍ତୀ ଅଭୟାରଣ୍ୟରେ ଛାଡି ଦେଇଥିଲେ । ମାତ୍ର ସୋମବାର ସନ୍ଧ୍ୟାରେ ହାତୀର ମୃତ୍ୟୁ ହୋଇଯାଇଛି ।
ଅନ୍ୟପଟେ କିଛିଦିନ ତଳେ ମୃତ ଭାଲୁଟି 2ଟି ଛୁଆ ଦେଇଥିବାରୁ ତାକୁ କାହିଁକି ଅନ୍ୟ ଅଭୟାରଣ୍ୟରେ ଛାଡି ଦିଆଗଲା ସେନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ମାମଲାର ଏକ ସ୍ବତନ୍ତ୍ର ଟିମ୍ ଅଧିକ ତଦନ୍ତ କରୁଥିବା ଆନନ୍ଦପୁର ଡିଏଫଓ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ