କେନ୍ଦୁଝର: ଖେଳୁ ଥିବାବେଳେ 3 ବର୍ଷର ଶିଶୁ ଉପରେ ମାଡିଗଲା ଟିପର । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛି ଶିଶୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ମୁଣ୍ଡା ସାହିରେ । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଗାଡି ଚାଳକ ।
ମୃତ ଶିଶୁ ମୁଣ୍ଡା ସାହି ବିରବଲ୍ ମୁଣ୍ଡାଙ୍କ ପୁଅ ବିଜୁ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଓଆର୍ ୦୯ ଇ ୮୭୪୮ ନମ୍ବର ଟିପର କଂକ୍ରିଟ୍ ବର୍ଜ୍ୟବସ୍ତୁ ନେଇ କମାରଯୋଡ଼ା ମୁଣ୍ଡାସାହିରେ ପକାଇବା ପାଇଁ ଯାଇଥିଲା । ସେହି ସମୟରେ ଶିଶୁଟି ଘର ନିକଟରେ ଖେଳୁଥିଲା ବେଳେ ଟିପରଟି ତା’ ଉପରକୁ ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟିପର ଡ୍ରାଇଭର ସେଠାରୁ ଫେରାର ହୋଇଯାଇବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ