ETV Bharat / state

ବାଇକକୁ ପିଟିଲା 10 ଚକିଆ ଟ୍ରକ, ମା’ ପୁଅ ମୃତ

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

keonjhar
କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By

Published : Jun 4, 2020, 4:38 PM IST

Updated : Jun 4, 2020, 7:09 PM IST

କେନ୍ଦୁଝର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ମା’ ପୁଅଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମୃତକ ହେଉଛନ୍ତି ବିରିକଳା ପଞ୍ଚାୟତ ଡଡୁଆଁ ଗାଁର ସୁଲୋଚନା ଗିରି ଓ ତାଙ୍କ ପୁଅ ସୁନୀଲ ଗିରି । ପୁଅ ସୁନୀଲ ମା’ ସୁଲୋଚନାଙ୍କୁ ବାଇକରେ ବସାଇ କଣ୍ଡରା ପଟୁ ନିଜ ଗାଁକୁ ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସୁଲୋଚନାଙ୍କ ମୃତ୍ୟୁ ଘଟିଥିବା ବେଳେ, ପୁଅ ସୁନୀଲକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡିକାଲକୁ ନିଆଯାଇଥିଲା ।

ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 4, 2020, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.