କେନ୍ଦୁଝର: ବେଆଇନ ବିଦେଶୀ ମଦ ବିକ୍ରି କରି ପୋଲିସ ହାବୁଡରେ ପଡିଛନ୍ତି 2 ଜଣ ମହିଳା । ସ୍ଥାନୀୟ ଯୋଡା ଥାନା ହନୁମାନ ହାଟିଂରେ ଚାଲିଥିବା ଚୋରା ମଦ ବିକ୍ରି ଖବର ପାଇ ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି 2 ଜଣ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିଲେ ।
ସୂଚନା ଅନୁଯାୟୀ ପାର୍ବଣ ଅବସରରେ ଯୋଡାର ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକ ବନ୍ଦ ହେବାର ସୁଯୋଗ ନେଇ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ପାଇଥିଲେ ପୋଲିସ । ଏନେଇ ମଙ୍ଗଳବାର ଚଢାଉ କରି ଯୋଡା ଥାନା ପୋଲିସ 2 ଜଣ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ସହ 92 ବୋତଲ ବିଦେଶୀ ମଦ ଜବତ କରିଛି ।
ଗିରଫ 2 ଜଣ ମହିଳା ହେଉଛନ୍ତି ପିଙ୍କି ବେହେରା ଓ ଦଶମା ମୁଣ୍ଡା । ସେମାନଙ୍କ ପାଖରୁ ରୟାଲ ଷ୍ଟାଗ, ଅଫିସର୍ସ ଚଏସ ଏମ୍ପେରିଅଲ ବ୍ଲୁ ଭଳି ବିଦେଶୀ ମଦ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ 16 ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛି ପୋଲିସ । ତେବେ ଗିରଫ ମହିଳା ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ