ETV Bharat / state

ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେଲେ ୮ ଖଣି ମାଲିକ

ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ୮ ଖଣି ଲିଜଧାରୀ ହାଜର ହୋଇଛନ୍ତି। ତେବେ ୯ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା ।

author img

By

Published : Jun 1, 2019, 3:08 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

କେନ୍ଦୁଝର: ଜିଲ୍ଲାପାଳଙ୍କ କୋର୍ଟରେ ଶନିବାର ୮ ଖଣି ଲିଜଧାରୀ ହାଜର ହୋଇଛନ୍ତି। ତେବେ ୯ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା । ସୁପ୍ରିମକୋର୍ଟର ନିର୍ଦ୍ଦେଶ ମୁତାବକ ଜୋରିମାନା ଦେଇ ନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଯାହାକୁ ନେଇ ଖଣି କମ୍ପାନୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ୍ ହୋଇଥିଲା । ଏହି ସାର୍ଟିଫିକେଟ କେସର ଶୁଣାଣି ଚାଲିଛି । ତେବେ ୮ଟି କମ୍ପାନୀ ଜବାବ ଦାଖଲ କରିଛନ୍ତି । ଶନିବାର ହାଜର ହେବାକୁ ଥିବା ୯ ଖଣି ମାଲିକଙ୍କ ମଧ୍ୟରୁ ଭଞ୍ଜ ମିନେରାଲ ଖଣି ଲିଜଧାରୀ ଅନୁପସ୍ଥିତ ଥିଲେ ।

ଉପସ୍ଥିତ ଥିବା ୮ ଖଣି କମ୍ପାନୀ ମଧ୍ୟରୁ ମାଲାରାୟକୁ ୧ ମାସ, ଅନୁପସ୍ଥିତ ଥିବା ଭଞ୍ଜ ମିନେରାଲ କୁ ୭ ଦିନ ଓ ଅନ୍ୟ ମାନଙ୍କୁ ୧୫ ଦିନ ମଧ୍ୟରେ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ମିଳିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜୋରିମାନା ପୈଠ ନକଲେ ସମ୍ପତ୍ତି ବିକ୍ରି ପାଇଁ ପକ୍ରିୟା ଆରମ୍ଭ ହେବ । ଲିଜଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ଲିଜଧାରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ । ଆଗାମୀ ୨୨ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ସ୍ଲଗ- ବେଆଇନ ଖଣି ଖନନ  ନେଇ ଜିଲ୍ଲାପାଳ ଙ୍କ କୋର୍ଟ ରେ ହାଜର ହେଲେ ୮ ଖଣି ମାଲିକ ।
ଆଙ୍କର-କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ରେ ଆଜି ୯ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ   ୮ ଖଣି ଲିଜ ଧାରୀ ହାଜର ହୋଇଛନ୍ତି।  ସୁପ୍ରିମକୋର୍ଟ ର ନିର୍ଦ୍ଧେଶ ମତେ ଜୋରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଜଣ ମାଲିକ ଙ୍କ ନାମରେ ୬୩୫୦ କୋଟି ଟଙ୍କାର  ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କ କୋର୍ଟରେ  ସାର୍ଟିଫିକେଟ କେସ ହୋଇଥିଲା । ଚାଲିଥିବା ଏହି ସାର୍ଟିଫିକେଟ କେଶ ର ଜବାବ ରଖିବାକୁ ୮ ଜଣ କମ୍ପାନୀ ଜବାବ ଦାଖଲ କରିଛନ୍ତି । ଆଜି ହାଜର ହେବାକୁ ଥିବା ୯ ଖଣି ମାଲିକଙ୍କ ମଧ୍ୟରୁ ଭଞ୍ଜ ମିନେରାଲ ଖଣି ଲିଜଧାରୀ ଅନୁପସ୍ଥିତ ଥିଲେ । ଉପସ୍ଥିତ ଥିବା୮ ଖଣି କମ୍ପାନୀ ମଧ୍ୟରୁ  ମାଲାରାୟ କୁ ୧ ମାସ , ଅନୁପସ୍ତିତ ଥିବା ଭଞ୍ଜ ମିନେରାଲ କୁ ୭ ଦିନ ଓ ଅନ୍ୟ ମାନଙ୍କୁ ୧୫ ଦିନ ମଧ୍ୟରେ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ହେଲା। ନଚେତ ସମ୍ପତି ବିକ୍ରି ପାଇଁ ପକ୍ରିୟା ଆରମ୍ଭ ହେବ |-ଲିଜଧାରୀ ଙ୍କ ସମ୍ପତ୍ତି ଜବତ କରିବା ସହ ଲିଜଧାରୀ ଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ ।ଆଗାମୀ ୨୨ ତାରିଖ କୁ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ବାଇଟ-୧- ଚତୃଭୂଜ ହୋତା( ପ୍ରତିପକ୍ଷ ଓକିଲ)

ବାଇଟ୍ -୨- ଆଶିଷ ଠାକରେ ( ଜିଲ୍ଲାପାଳ )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.