କେନ୍ଦୁଝର: ଚିନ୍ତା ବଢାଇଲା ଆନନ୍ଦପୁର ପୌରପାଳିକା । ଗୋଟିଏ ଦିନରେ ପୌରପାଳିକାରୁ 37 କୋରୋନା ଚିହ୍ନଟ । ଆଜି ଜିଲ୍ଲାରେ 77ଟି ନୂତନ ମାମଲା ଚିହ୍ନଟ ହୋଇଛି ।
ଆଜି ଚିହ୍ନଟ ହୋଇଥିବା 77ଟି ମାମଲା ମଧ୍ୟରୁ 2 ଜଣ କେନ୍ଦୁଝର ସଦର, 3 ଜଣ ଘଷିପୁରାରା, ହାଟଡିହିର 4 ଏବଂ ଜଣେ ଭୁବନେଶ୍ବରରେ ଚିକିତ୍ସା ହେଉଥିବାବେଳେ ,କେନ୍ଦୁଝର କୋଭିଡ ହସ୍ପଟାଲରୁ 4 ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟ 22ଟି ମାମଲା ବ୍ଲକର ଟିଏମସିରେ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ କୁହାଯାଇଛି ।
ତେବେ ଉଦବେଗ କଥା ହେଉଛି, ୭୭ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ ସ୍ଥାନୀୟ ସଂକ୍ରମିତ ହେବା ସହ ୨ ଜଣ କୋରୋନା ଯୋଦ୍ଧା ରହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛି । ଜଣେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଜିଲ୍ଲାରେ ଆଜିକୁ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୭୩୦ ରେ ପହଞ୍ଚିଛି । ସେଥିମଧ୍ୟରୁ ୪୩୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ୨୯୪ ହୋଇଛି ।
ସୂଚନାଯୋଗ୍ୟ,ଆଜି ରାଜ୍ୟର 28 ଟି ଜିଲ୍ଲାରୁ 1215 ନୂଆ କୋରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ ସଂକ୍ରମିତ ମାମଲା 28,107ରେ ପହଞ୍ଚିଛି । ସେଥିରୁ 17 ହଜାର 373 ସୁସ୍ଥ 10545 ବିଭିନ୍ନ ହସ୍ପିଟାଲ ଚିକିତ୍ସାଧିନ ରହିଛନ୍ତି । 1215 ନୂତନ ମାମଲା ମଧ୍ୟରୁ 743 କ୍ବାରେଣ୍ଟାଇନରୁ ଆସିବା ସହ 462 ହେଉଛି ସ୍ଥାନୀୟ ମାମଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ