ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଘଷିପୁରା ପୋଲିସ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ । ଚୋରି ବାଇକ ଜବତ ଦିଗରେ ଘଷିପୁରା ପୋଲିସର ସଫଳତା । ଶୁକ୍ରବାର ପୋଲିସ ବିଭିନ୍ନ ଛକ ବଜାରରେ ଚଢାଉ କରି 25 ଟି ଚୋରା ବାଇକ ଜବତ କରିଛି ।
ସୂଚନା ଅନୁଯାୟୀ, ଆନନ୍ଦପୁରରେ ବିଭିନ୍ନ ସମୟରେ ଚୋରା ବାଇକ ସବୁ ବିକ୍ରି କରାଯାଉଥିଲା । ଦଲାଲମାନେ ଚୋରା ବାଇକକୁ କମ ଦାମରେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାଦ୍ବାରା ଘଷିପୁରା ପୋଲିସ ଓ କମିଶନରେଟ ପୋଲିସ ଶୁକ୍ରବାର ମିଳିତ ଭାବେ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ । ବିଭିନ୍ନ ଛକ ବଜାରରେ ଜଗି ରହି ପୋଲିସ 25 ଟି ବାଇକ ସବୁ ଜବତ କରିଛି। ତେବେ କମିଶନରେଟ ପୋଲିସ ବାଇକଗୁଡିକୁ କଟକ ନେଇ ଯାଇଥିବା ସୂଚନା ମିଳିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ