କେନ୍ଦୁଝର: ଦାବି ଜଣାଇଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ 221 ଜଣ ଆଇସିଟି ପ୍ରଶିକ୍ଷିକ । ସରକାର କମ୍ପ୍ୟୁଟିକରଣ କରିବା ପାଇଁ ସବୁ ସ୍କୁଲରେ କମ୍ପୁଟର ଶିକ୍ଷା ପାଇଁ ବ୍ୟବସ୍ଥା କରିବା ସହ ପ୍ରଶିକ୍ଷକ ନିଯୁକ୍ତି କରି 2014 ରୁ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିଲେ । କେନ୍ଦୁଝର ଜିଲ୍ଲାରେ 221 ଜଣ ପ୍ରଶିକ୍ଷକ ଠିକା କର୍ମଚାରୀରେ ନିଯୁକ୍ତି ପାଇଲେ ମାତ୍ର 2019 ମସିହାରେ ସମସ୍ତଙ୍କୁ ଛଟେଇ କରିବା ପରେ ସମସ୍ତ ପ୍ରଶିକ୍ଷକ ବେରୋଜଗାର ହୋଇଗଲେ ।
ଏଭଳି ସ୍ଥିତିରେ ଆଜି(ବୁଧବାର) ଏହି ଆଇସିଟି ଶିକ୍ଷକମାନେ ଏକ ରାଲିରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ପୁନଃ ନିଯୁକ୍ତି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଓ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ