କେନ୍ଦୁଝର: ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଗୁରୁବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ ହୋଇଥିଲା । ଚଢାଉ ସମୟରେ ୪୦୦୦ କେଜି ମହୁଲ ପୋଚ ଓ ୨୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ ଜବତ କରାଯାଇଛି । ସେପଟେ ଘଟଣାରେ କାହାରିକୁ ପୋଲିସ ଗିରଫ କରିବାରେ ସଫଳ ହୋଇପାରିନାହିଁ ।
ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏହି ଗ୍ରାମରେ ଚଢାଉ କରିଥିଲା । ଚଢାଉ ସମୟରେ ବ୍ୟପାକ ପରିମାଣର ମହୁଲ ପୋଚ ସହ ଦେଶୀ ମଦକୁ ଜବତ କରାଯାଇଥିଲା । ଏହାସହିତ ଏଥିରେ ବ୍ୟବହୃତ ହାଣ୍ଡି, ଡେକଚି, ଜାର ଆଦି ଜବତ କରିଛି ବିଭାଗ । ଦୀର୍ଘବର୍ଷ ଉକ୍ତ ଅଞ୍ଚଳରେ ଏହି ମଦ କାରବାର ଚାଲୁଥିଲା । ଏହି ଚଢାଉ ସମୟରେ କାହାକୁ ଗିରଫ କରିବାରେ ପୋଲିସ ସଫଳ ହୋଇ ପାରିନଥିବା ବେଳେ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ