ETV Bharat / state

ଚିନ୍ତା ବଢାଇଲେ ସୁରଟ ଫେରନ୍ତା, ଆଉ ଦୁଇ କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : May 13, 2020, 10:07 PM IST

2 ଜଣ ସୁରଟ ଫେରନ୍ତା ହାଟଡିହି ବ୍ଲକରେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କେନ୍ଦୁଝରରେ ସମୁଦାୟ 4ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଚିନ୍ତା ବଢାଇଲେ ସୁରଟ ଫେରନ୍ତା, ଆଉ ଦୁଇ କୋରୋନା ପଜିଟିଭ୍ ଚିହ୍ନଟ
ଚିନ୍ତା ବଢାଇଲେ ସୁରଟ ଫେରନ୍ତା, ଆଉ ଦୁଇ କୋରୋନା ପଜିଟିଭ୍ ଚିହ୍ନଟ

ଆନନ୍ଦପୁର: କେନ୍ଦୁଝରରେ ଚିନ୍ତା ବଢାଇଲେ ସୁରଟ ଫେରନ୍ତା । 2 ଜଣ ସୁରଟ ଫେରନ୍ତା ହାଟଡିହି ବ୍ଲକରେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ 4ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ପୂର୍ବ 2 ଜଣଙ୍କର ପଶ୍ଚିମବଙ୍ଗ ଚ୍ରାଭେଲ ହିଷ୍ଟ୍ରି ଥିବା ବେଳେ ମଙ୍ଗଳବାରର 2ଜଣ ହେଲେ ସୁରଟ ଫେରନ୍ତା । ଏମାନଙ୍କୁ ମଙ୍ଗଳବାର କଟକର କୋଭିଡ୍-19 ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଢେଙ୍କା-ସୋସୋ ରାସ୍ତା, ଢେଙ୍କା-ହଦଗଡ ରାସ୍ତା ଓ ଢେଙ୍କା-କଣିଆରୀ ରାସ୍ତକୁ ସିଲ୍ କରିଛି ପୋଲିସ । ମଙ୍ଗଳବାର 2 କୋରୋନା ଆକ୍ରାନ୍ତଙ୍କର ପ୍ରାଇମେରୀ କଣ୍ଟାକ୍ଟର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସ୍ବାବ୍ ନମୁନା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଦୁଇ ଜଣ ଗତ 4ତାରିଖରେ ସୁରଟରୁ ଫେରିଥିଲେ । ସୁରଟରୁ ଏକ ବସ୍‌ରେ ଏମାନେ ଆସି ସୋରରେ ଓହ୍ଲାଇ ସେଠାରୁ ଚାଲି ଚାଲି ଘରକୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଢେଙ୍କା ହାଇସ୍କୁଲରେ କ୍ବାରେଣ୍ଟାଇନରେ ରହିଥିବା ବେଳେ ଅନ୍ୟ ଜଣକ କୁଶଟିକିରୀରେ କ୍ବାରେଣ୍ଟାଇନରେ ଥିଲେ । ଏମାନଙ୍କର ସ୍ବାବ୍ ନମୁନା ପରୀକ୍ଷା ପରେ କୋରୋନା ପଜିଟିଭ୍ ଜଣାପଡିଥିଲା । ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.