ETV Bharat / state

ଦୁଆର ମୁହଁରେ ମିଳିବ ପାଇପ ପାଣି, ଉପକୃତ ହେବେ କେନ୍ଦୁଝରର 2.81 ଲକ୍ଷ ପରିବାର - ୧୫୫୮ଟି ଗାଁର ୨ ଲକ୍ଷ ୮୧ ହଜାରରୁ ଉର୍ଦ୍ଧ୍ବ ପରିବାର ଉପକୃତ

କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ପାଣି ପହଞ୍ଚାଇବା ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ

author img

By

Published : Jul 9, 2023, 12:07 PM IST

ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା । ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଖଣିଜ ଅଂଶ ରହିଥିବାରୁ ତାହା ପିଇବା ଉପଯୋଗୀ ହୋଇନଥାଏ । ଏହି ଦୃଷ୍ଟିରୁ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲାଗି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳରେ ମୁଖ୍ୟତଃ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ଏହା ଅଧୀନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ୫ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି । ତା’ ଭିତରୁ ୪ଟି ପ୍ରକଳ୍ପ ଲାଗି ଓମ୍ବାଡସି ପୂର୍ଣ୍ଣ ସହାୟତା ଦେଉଛି । ଅନ୍ୟ ଗୋଟିଏ ପ୍ରକଳ୍ପ ପାଇଁ ଓମ୍ବାଡସି ସହ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଚାଲିଥିବା ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ହାଟଡିହି ବ୍ଲକରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ୧୯ଟି ଗାଁର ଲୋକଙ୍କୁ ଦୁଆର ମୁହଁରେ ସୁବିଧାରେ ପିଇବା ପାଣି ମିଳିପାରୁଛି ।

ଆଗାମୀ ଦିନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ମୋଟ ୧୫୫୮ଟି ଗାଁର ୨ ଲକ୍ଷ ୮୧ ହଜାରରୁ ଅଧିକ ପରିବାର ବିଶେଷ ଉପକୃତ ହେବେ । ସହରାଞ୍ଚଳ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କରିଛନ୍ତି ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ । ଏହି ଯୋଜନା ଅଧୀନରେ କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଆନନ୍ଦପୁର ଓ ଚମ୍ପୁଆ ସହରାଞ୍ଚଳରେ ଓମ୍ବାଡସି ସହାୟତାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି । ବର୍ତ୍ତମାନ ଏଥିରୁ କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ୨୪ ହଜାର ୫୨୫ ପରିବାର ଉପକୃତ ହେଉଛନ୍ତି । ସେମାନଙ୍କର ପାଣିକୁ ନେଇ ଆଗରୁ ଯେଉଁ ସମସ୍ୟା ଥିଲା, ତାହା ଏବେ ଦୂର ହୋଇପାରିଛି ।

ତେଣୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜିଲ୍ଲାର ୫ଟି ସହରାଞ୍ଚଳର ମୋଟ ୪୫ ହଜାର ୭୪୫ ଘରକୁ ୨୪ ଘଣ୍ଟା ପାନୀୟ ଜଳ ମିଳିପାରିବ । ସହରାଞ୍ଚଳରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି । ସେମାନେ ଘର ଘର ବୁଲି ମିଟର ରିଡିଂ ଓ ପାଣି ବିଲ୍ ଆଦାୟ କରିବା ସହ ଜଳର ମାନ ପରୀକ୍ଷା କରୁଛନ୍ତି । ଏହାଫଳରେ ସହାରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ହେବା ସହିତ ମିଶନ ଶକ୍ତିର ମାଆମାନଙ୍କ ଜୀବିକା ସୁନିଶ୍ଚିତ ହୋଇପାରୁଛି ।

କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ‘‘୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ମିଳିତ ଜାତିସଂଘର ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ମଧ୍ୟରେ ଅନ୍ୟତମ । କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଖୁବଶୀଘ୍ର ଏଗୁଡ଼ିକର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।''

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.