ETV Bharat / state

ଶିଶୁ ଦିବସରେ କେନ୍ଦୁଝରରେ ଲୋକାର୍ପିତ ହେଲା ୧୦୦ ରୂପାନ୍ତରିତ ହାଇସ୍କୁଲ

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । କେନ୍ଦୁଝର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଲୋକାର୍ପିତ ହେଲା ୧୦୦ଟି ରୂପାନ୍ତରିତ ହାଇସ୍କୁଲ

author img

By

Published : Nov 14, 2021, 9:46 PM IST

କେନ୍ଦୁଝର: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝରର ଯୋଡ଼ା ବ୍ଲକରେ 13 ଟି, ଚମ୍ପୁଆ ବ୍ଲକରେ 6 ଟି, ଝୁମ୍ପୁରା ବ୍ଲକରେ 9 ,ସଦର ବ୍ଲକରେ 13 ଟି, ପାଟଣା ବ୍ଲକରେ 6 ଟି ,ବାଂଶପାଳରେ 6, ସାହରପଡାରେ 7, ଘଟଗାଁରେ 7 ଓ ତେଲକୋଇରେ 6ଟି ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ ହୋଇଛି । ସେହିପରି ହରିଚନ୍ଦନପୁରରେ 7, ଆନନ୍ଦପୁରରେ 5, ଘଷିପୁରାରେ 7 ଓ ହାଟଡ଼ିହି ବ୍ଲକରେ 9ଟି ସ୍ମାର୍ଟ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକାର୍ପିତ ହେଲା ୧୦୦ଟି ରୂପାନ୍ତରିତ ହାଇସ୍କୁଲ

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଓ ଜିଲ୍ଲାପାଳ ଆଶିଷ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହ ଜିଲ୍ଲାର ବହୁ ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାରେ ଏବେ ସ୍ମାର୍ଟ ସ୍କୁଲରେ ପାଠ ପଢିବେ ଛାତ୍ରଛାତ୍ରୀ । ପିଲାଙ୍କ ପଢିବା ପାଇଁ ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ ବ୍ୟବସ୍ଥା ହୋଇଛି ।

ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ। ପିଲାଙ୍କ ପଢିବା ପାଇଁ ଅତ୍ୟାଧୁନିକ କ୍ଳାସ୍‌ ରୁମ୍ ସହ ସ୍ମାର୍ଟ ବୋଡ୍ର ବ୍ୟବସ୍ଥା ହୋଇଛି । ଇ-ଲାଇବ୍ରେରୀ, ସାଇନ୍ସଲ୍ୟାବ, କମ୍ପ୍ୟୁଟର ଲ୍ୟାବ, ଆଧୁନିକ ଶୌଚାଳୟ, ସହ କ୍ରୀଡ଼ା ଭିତ୍ତିଭୂମୀର ବିକାଶ କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରୁଛି। ରଙ୍ଗବେରଙ୍ଗର ଫୁଲଗଛରେ ବିଦ୍ୟାଳୟ ବଗିଚା ସଜେଇ ହୋଇଥିବା ବେଳେ କାନ୍ଥରେ ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଓ ନୀତିବାଣୀରୁ ନୀତି ଶିକ୍ଷା ପାଇବେ ଛାତ୍ରଛାତ୍ରୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.