ETV Bharat / state

2 ଭାଇଙ୍କ କଳିରେ ବଳି ପଡିଲା 10ମାସର ଶିଶୁକନ୍ୟା

author img

By

Published : Oct 15, 2019, 9:59 PM IST

Updated : Oct 16, 2019, 2:35 AM IST

ଆନନ୍ଦପୁର ମ୍ୟୁନିସିପାଲିଟିର 13 ନମ୍ବର ୱାର୍ଡର ସାଉଣ୍ଡି ସାହିରେ ଅଘଟଣ । ଦୁଇ ଭାଇଙ୍କ କଳିରେ ବଳି ପଡିଲା 10 ମାସର ଶିଶୁକନ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ବାପାର ଠେଙ୍ଗା ମାଡରେ 10 ମାସ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଏଭଳି ହୃହୟ ବିଦାରକ ଘଟଣା ଘଟିଛି ଆନନ୍ଦପୁର ମ୍ୟୁନିସିପାଲିଟିର 13 ନମ୍ବର ୱାର୍ଡର ସାଉଣ୍ଡି ସାହିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନରେ ସାଉଣ୍ଡି ସାହିର ସନାତନ ଦେହୁରୀ ଓ ତାଙ୍କ ଭାଇ ରଞ୍ଜନ ଦେହୁରୀ ଏକ ସ୍କୁଟିକୁ ନେଇ ଝଗଡା ଲାଗିଥିଲେ । ଏହି ସମୟରେ ସନାତନଙ୍କ ପତ୍ନୀ ଝୁମୁରୀ ନିଜ 10 ମାସର ଶିଶୁକନ୍ୟାକୁ ଧରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ତେବେ ରାଗରେ ଥିବା ସନାତନ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଝୁମୁରୀକୁ ମାରିବାକୁ ଉଠାଇଥିବାବେଳେ ଠେଙ୍ଗାଟି 10 ମାସର ଶିଶୁକନ୍ୟା ମୁଣ୍ଡରେ ବାଜିଥିଲା । ଏଥିରେ ଶିଶୁକନ୍ୟାଟି ଗୁରୁତର ଆହତ ହୋଇଥିଲା ।

ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥାରେ କୌଣସି ସୁଧାର ନଆସିବାରୁ ଶିଶୁକନ୍ୟାକୁ କଟକ ନିଆଯାଉଥିଲା । ହେଲେ କଟକ ଯିବା ବାଟରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଉକ୍ତ ଘଟଣା ପରେ ସନାତନ ଫେରାର ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଦୁଇ ଭାଇ ଙ୍କ କଳିରେ ବଳି ପଡ଼ିଲା ୧୦ ମାସର ଶିଶୁ କନ୍ୟା। ଆନନ୍ଦପୁର ମ୍ୟୁନିସିପାଲିଟିର ୧୩ ନଂ ୱାର୍ଡ ସାଉଣ୍ଡ ସାହିର ଘଟଣା । ଆଜି ସନାତନ ଦେହୁରୀ ଓ ତାଙ୍କ ଭାଇ ରଞ୍ଜନ ଦେହୁରୀ ଅପରାହ୍ନ ୧ ଟାରେ ଏକ ସ୍କୁଟି କୁ ନେଇ ଝଗଡ଼ା ଲାଗି ଥିଲେ । ଏହି ସମୟରେ ସନାତନ ଙ୍କ ପତ୍ନୀ ନିଜ ୧୦ ମାସର ଶିଶୁ କନ୍ୟା କୁ ଧରି ଛଡ଼ାଇବାକୁ ଆସିଥିଲେ । ଠେଙ୍ଗା ରେ ବାଡାବାଡି ସମୟ ରେ ଶିଶୁ କନ୍ୟା ଉପରେ ବସିଥିଲା ପାହାର । ଗୁରୁତର ଅବସ୍ଥାରେ ଶିଶୁ କନ୍ୟା କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ପରେ କଟକ ନେବା ବାଟରେ ମୃତ୍ୟୁ ।ହତ୍ୟାକାରୀ ବାପା ଏବେ ଫେରାର ହୋଇଯାଇଛି ।ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଯାରି ରଖିଛି।

ବାଇଟି- ଝୁମୁରୀ ଦେହୁରୀ (ମୃତ ଶିଶୁ କନ୍ୟା ର ମା)Body:XConclusion:X
Last Updated : Oct 16, 2019, 2:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.