ETV Bharat / state

ହାରିଲା କୁମ୍ଭୀର, ଜିତିଲା ମଣିଷ - କେନ୍ଦ୍ରାପଡ଼ା ଖବର

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ବ୍ରାହ୍ମଣୀ ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର । ସେପଟେ ମହାକାଳପଡା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଥାନା ଅଧିନ ଇଟାକଣ୍ଡିଆ ଗ୍ରାମରେ ଚୋରି ହୋଇଥିବା ଅଭିଯୋଗ । ପ୍ରାୟ ୧୦ ଭରି ସୁନାଗହଣା ସହିତ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

author img

By

Published : Sep 18, 2022, 10:19 AM IST

କେନ୍ଦ୍ରାପଡ଼ା: ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଝାମ୍ପିନେଲା କୁମ୍ଭୀର । ଦୀର୍ଘ ସମୟ ସଂଘର୍ଷ ପରେ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା । ଗୁରୁତର ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁର ବବୃବାହନ ଭୂୟାଁ । ସେପଟେ ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ବଢିହି ପଞ୍ଚାୟତର ଇଟାକଣ୍ଡିଆ ଗ୍ରାମରେ କବାଟ ତାଡି ଚୋରି ହୋଇଥିବା ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ ଭରି ସୁନାଗହଣା ସହିତ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁର ବବୃବାହନ ଭୂୟାଁ ଶନିବାର ଭୋରରୁ ଘର ପଛରେ ଥିବା ବ୍ରାହ୍ମଣୀ ନଦୀର ପଥର ସ୍ପର ନିକଟକୁ ଶୌଚ ହେବାକୁ ଯାଇଥିଲ । ଏହି ସମୟରେ ନଦୀରୁ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର କୁମ୍ଭୀର ବବୃବାହନଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣିନେଇଥିଲା । କୌଶଳ କରି ବବୃ କୁମ୍ଭୀରର ଆଖିକୁ ଆଘାତ କରିବା ସହ ଦୀର୍ଘ ସମୟ ପାଣିରେ ସଂଘର୍ଷ କରି ବାହାରକୁ ଆସିଥିଲେ । ଗୁରୁତର ଅବସ୍ଥାରେ ବବୃଙ୍କୁ ସଙ୍ଗେସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ସେଠାରେ ବବୃବାହନଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ବ୍ରାହ୍ମଣୀ, ବୈତରଣୀ ଭଳି ଜନବସତି ନିକଟରେ ଥିବା ନଦୀ ମାନଙ୍କରେ କୁମ୍ଭୀର ମାନଙ୍କ ଆକ୍ରମଣ ବୃଦ୍ଧି ପାଉଛି । ଏନେଇ ନଦୀକୂଳିଆ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହୋଇଛି ।

ସେପଟେ ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ବଢିହି ପଞ୍ଚାୟତର ଇଟାକଣ୍ଡିଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ନୃସିଂହ ଚରଣ ସେନାପତିଙ୍କ ଘର କବାଟ ତାଡି ପ୍ରାୟ ୧୦ ଭରି ସୁନାଗହଣା ସହିତ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଗତକାଲି ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଚୋରମାନେ ଘର ଭିତରେ ପଶି ପରିବାର ଲୋକେ ଶୋଇଥିବା ଘରର ବାହାରପଟୁ କବାଟ ଦେଇଦେଇଥିଲେ । ଘରର ତାଲା ଭାଙ୍ଗି ଗଡ୍ରେଜ୍ ତାଡି ସୁନାଗହଣା ଏବଂ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଖାଲି ସେତିକି ନୁହେଁ ପଡୋଶି ଘର ଲୋକମାନଙ୍କୁ ମଧ୍ୟ ବାହାର ପଟୁ କବାଟ ଦେଇଦେଇଥିଲେ ଦୁର୍ବୃତ୍ତ । ଚୋରମାନେ କିଛି ଆସବାବପତ୍ର ବାରିପଟ ପୋଖରୀ ନିକଟରେ ପକାଇଥିବା ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ସାମୁଦ୍ରିକ ଥାନା ତନ୍ତିଆପାଳରେ ଏତଲା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.