ETV Bharat / state

ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ, ଦୁଗ୍ଧଜାତ ଦ୍ରବ୍ୟ ବିକି ୫୦ରୁ ଊର୍ଦ୍ଧ୍ବ ମହିଳା ସ୍ବାବଲମ୍ବୀ

author img

By ETV Bharat Odisha Team

Published : Oct 22, 2023, 9:28 PM IST

ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ଶକ୍ତି ଗୋଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର କରି ଆତ୍ମନିର୍ଭର ହେଉଛନ୍ତି ମହିଳା । ଅଧିକ ପଢ଼ନ୍ତୁ

ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ
ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ
ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ

କେନ୍ଦ୍ରାପଡ଼ା: ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ପୁରୁଷମାନଙ୍କ ପରି ନାରୀମାନେ ମଧ୍ୟ ଆଗକୁ ବଢ଼ି ସ୍ବତନ୍ତ୍ର ପରିଚୟ ଗଢ଼ୁଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ବିଭିନ୍ନ ଯୋଜନାରେ ଲାଭାନ୍ବିତ ହେଉଛନ୍ତି ମହିଳା । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶାଇ ପଞ୍ଚାୟତ ମହାସଂଘ ଗଠନ ପରେ ବିଭିନ୍ନ ପଞ୍ଚାୟତ ସଙ୍ଗଠନକୁ ମିଶାଇ ଉତ୍ପାଦ ଗୋଷ୍ଠୀ ସୃଷ୍ଟି କରି ଜିଲ୍ଲା ଓ ଜିଲ୍ଲା ବାହାରେ ନାଁ କମାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମହିଳାମାନେ ।

ଏବେ ଘରେ କେବଳ ଗୋପାଳନ ନୁହେଁ ବରଂ ଗୋଦୁଗ୍ଧ ସଂଗ୍ରହ କରି ଆତ୍ମ ନିର୍ଭରଶୀଳ ହେଉଛନ୍ତି ମହିଳା । କେନ୍ଦ୍ରାପଡା଼ ବ୍ଲକର ସାତଟି ପଞ୍ଚାୟତର ୫୦ ଜଣରୁ ଊର୍ଦ୍ଧ୍ବ ମହିଳାଙ୍କୁ ନେଇ ଆରମ୍ଭ ହୋଇଛି ଗୋଦୁଗ୍ଧ ସଂଗ୍ରହ ଓ ଡାଏରୀ ପ୍ରକଳ୍ପ । ଯେଉଁଠି ତିଆରି ହେଉଛି କ୍ଷୀରା,ଦହି, ମିଠା ଦହି,ଘିଅ,ପନିର ଆଦି ବିଭିନ୍ନ ପ୍ରକାର ସାମଗ୍ରୀ । ଯାହାର ଚାହିଦା ଏବେ ବଜାରରେ ଅଧିକ ରହିଛି । "ମିଶନ ଶକ୍ତି" ନାମରେ ବଜାରରେ ଉପଲବ୍ଧ ଏହି ଦୁଗ୍ଧ ଜାତୀୟ ସାମଗ୍ରୀ ପାଇଁ ଏବେ କେନ୍ଦ୍ରାପଡ଼ା ବ୍ଲକ ବେଶ ପରିଚୟ ସୃଷ୍ଟି କରିଛି । ବିଦ୍ୟାଳୟ ସମ୍ମିଶ୍ରଣ ପରେ ଅଦରକାରୀ ହୋଇ ପଡ଼ିଥିବା ଏକ ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ଠାରୁ ପାଇ କେନ୍ଦ୍ରାପଡା ବ୍ଲକ ଧୂମାତ ପଞ୍ଚାୟତର ମହିଳାମାନେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଏହି ଡାଏରୀ ଫାର୍ମ କରିଛନ୍ତି । ଧୂମାତ ପଞ୍ଚାୟତ ସମେତ ଚାରିଗାଁ, ଇନ୍ଦୁପୁର, ନିକିରାଇ, କୋରୋ, କୁତରଙ୍ଗ, ଘାଗରା ଭଳି ପଞ୍ଚାୟତର ମହିଳାମାନେ ମିଶି ଏହି ମିଶନ ଶକ୍ତି ଡାଏରୀ ଫାର୍ମ ବା ଉତ୍ପାଦ ଗୋଷ୍ଠୀ ତିଆରି କରିଥିବା ବେଳେ ଦୈନିକ ୮-୧୦ଘଣ୍ଟା ସମୟ ଦେଇ ଦୁଇ ପଇସା ରୋଜଗାର କରିବା ସହ ଲାଭବାନ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ବାଟ ଦେଖାଇଲା ସିଲେଇ: ସ୍ୱାବଲମ୍ବୀ ହେବା ସହ ଗାଁ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି ଗୀତାଞ୍ଜଳି

ଗୋପାଳନ ଓ କ୍ଷୀର ପାଇଁ ଇନ୍ଦୁପୁର ଓ ଧୂମାତ ଅଞ୍ଚଳ ଜିଲ୍ଲାରେ ପରିଚିତ । ଏହି ଉତ୍ପାଦ ଗୋଷ୍ଠୀ ଡାଏରୀ ଫାର୍ମ ପାଇଁ ବିଭିନ୍ନ ସୂତ୍ରରୁ ଅନ୍ୟୁନ ୪୦ ଲକ୍ଷ ଟଙ୍କା ଋଣ କରିଥିବା ବେଳେ ପ୍ରତ୍ୟହ ସକାଳ ୭ ରୁ ପୂର୍ବାହ୍ନ ୯ ଘଟିକା ଓ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ୩୦୦ ଲିଟର କ୍ଷୀର ସଂଗ୍ରହ କରୁଛନ୍ତି । ଅନ୍ୟପଟେ ମହିଳା ମାନେ ସିଫ୍ଟ ଅନୁସାରେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକଙ୍କ କହିବା ଅନୁସାରେ, ପୂର୍ବରୁ ମହିଳାମାନେ ଘର କୋଣରେ ରହୁଥିବା ବେଳେ ଏବେ ଆତ୍ମ ନିର୍ଭରଶୀଳ ହେବା ଦିଗରେ ଆଗକୁ ପାଦ ବଢ଼ାଉଛନ୍ତି ଯାହାର ଉଦାହରଣ ହେଉଛନ୍ତି ଧୂମାତ ଅଞ୍ଚଳର ଏହି ମହିଳାମାନେ । ଏହାସହ ଏକ ବନ୍ଦ ହୋଇଥିବା ବିଦ୍ୟାଳୟ ଗୃହକୁ ଉପଯୋଗ କରି ଜିଲ୍ଲା ପ୍ରଶାସନ ସହାୟତାରେ ମହିଳାମାନେ ଇନ୍ଦୁପୁର ସମେତ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ଯାଜପୁର ଜିଲ୍ଲାର ଗମ୍ମୁ ଓ କୃଷ୍ଣନଗର ଆଦିରେ ନିଜେ ଏହାର ବଜାରିକରଣ କରୁଥିବା ଏକ ସୁନ୍ଦର କାର୍ଯ୍ୟ । ମିଶନ ଶକ୍ତି ଡାଏରୀ ଫାର୍ମ ବା ଉତ୍ପାଦ ଗୋଷ୍ଠୀ ଜିଲ୍ଲାର ତିନୋଟି ବ୍ଲକରେ ଆରମ୍ଭ ହୋଇଥିବା ବେଳେ ଏହି ମହିଳାମାନେ ଆସନ୍ତା ଦିନରେ ବେଶ ଦୁଇ ପଇସା କମାଇ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିବେ ବୋଲି ଆଶା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.