ETV Bharat / state

ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲା ପତ୍ନୀ

author img

By

Published : May 30, 2021, 12:04 PM IST

ସ୍ବାମୀଙ୍କ ମୃତ୍ୟୁ ପରେ ଆତ୍ମହରା ପତ୍ନୀର ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ...

ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲା ପତ୍ନୀ
ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲା ପତ୍ନୀ

କେନ୍ଦ୍ରାପଡ଼ା: ସ୍ବାମୀର ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଚେରଣ୍ଟପଡ଼ା ଗାଁରେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ରାଜକନିକାରେ ଶୋକର ଛାୟା ଖେଳିଯାଇଛି ।

ଗ୍ରାମର ମନୋଜ ତରାଇ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ଲାନିଂଗ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗତ 25 ତାରିଖ ଦିନ ବାତ୍ୟା ୟସ୍‌ ପାଇଁ ଘରକୁ ବାଇକ ଯୋଗେ ଆସୁଥିବା ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ନହୁଲିଆଠାରେ ଦୁର୍ଘଟଣା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ 28 ତାରିଖ ରାତିରେ ତାଙ୍କର ବିୟୋଗ ଘଟିଥିଲା।

ତେବେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଗତକାଲି ପତ୍ନୀ ସ୍ବପ୍ନା ମାଝି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସ୍ବପ୍ନାଙ୍କ ମୃତ୍ୟୁପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ହତ୍ୟା କରିଥିବା ସ୍ବପ୍ନାଙ୍କ ପରିବାର ଲୋକେ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି । ରାଜକନିକା ପୋଲିସ ସ୍ବପ୍ନାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.