ETV Bharat / state

ରାଜନେତାର ପୁଅ ରାଜନେତା ହେବାରେ ଅସୁବିଧା କେଉଁଠି: ଅଂଶୁମାନ ମହାନ୍ତି - kendrapara dist

ରାଜ୍ୟ ରାଜନୀତିରେ ଅଣକଂଗ୍ରେସ ଗଡ ଭାବେ ଜଣାଶୁଣା ରାଜନଗର ବିଧାନସଭା ଆସନ। ଏଥର ଏଠାରେ ତ୍ରିକୋଣୀୟ ମୁକବିଲା ହେଉଛି। କିଏ ମାରିବ ବାଜି ତାହା ନିର୍ବାଚନୀ ଫଳାଫଳରୁ ଜଣାପଡିବ।

ଫଟୋ ସୌଜନ୍ୟ: ଫେସବୁକ@Anshuman Mohanty
author img

By

Published : Apr 29, 2019, 1:27 PM IST

Updated : Apr 29, 2019, 3:13 PM IST

କେନ୍ଦ୍ରାପଡ଼ା: ରାଜ୍ୟର ଏକ ପ୍ରମୁଖ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ରାଜନଗର । ଯାହା ଉପରେ ରହିଥାଏ ସବୁଦଳର ନଜର । ଏଥର ମଧ୍ୟ ଚର୍ଚ୍ଚାରେ ରହିଛି ଏହି ବିଧାନସଭା । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅଧିନରେ ଅବସ୍ଥିତ ଥିବା ଏହି ଆସନରେ ଚଳିତ ଥର ଏଠାରେ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏଥର କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ତଥା ତଥା ବର୍ତ୍ତମାନର ବିଧାୟକ ଅଂଶୁମାନ ମହାନ୍ତି, ବିଜେପିରୁ ପୂର୍ବତନ ବିଧାୟକ ଅଲେଖ ଜେନା ଏବଂ ବିଜେଡିରୁ ଧ୍ରୁବ ସାହୁ ପ୍ରମୁଖ ନିର୍ବାଚନ ଲଢୁଛନ୍ତି । ଏହି ରାଜନଗର ଆସନରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଭାବେ ଜଣାଶୁଣା ନଳିନୀକାନ୍ତ ମହାନ୍ତି ଲଗାତାର 7 ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀପଦ ମଧ୍ୟ ହାତେଇଥିଲେ ।

ସକାଳୁ ସକାଳୁ ତିନିଦଳର ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପରେ ବିଭିନ୍ନ ବୁଥ ବୁଲି ସମର୍ଥକଙ୍କୁ ଗୁରୁମନ୍ତ୍ରଣା ଦେଉଛନ୍ତି । ଏଥର ରାଜନଗରବାସୀ ବଂଶବାଦ ବିରୋଧରେ ଭୋଟ ଦେବେ ବୋଲି ବିରୋଧି ପ୍ରାର୍ଥୀ କହିଛନ୍ତି । ଏହାର ପ୍ରତିକ୍ରିୟା ରଖି ଅଂଶୁମାନ ଡାକ୍ତର ପୁଅ ଡାକ୍ତର, ଇଂଜିନିୟର ପୁଅ ଇଂଜିନିୟର ହେଲାବେଳେ ଜଣେ ରାଜନେତା ପୁଅ ରାଜନେତା ହେବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ବିରୋଧିଙ୍କୁ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଜନଗର ନିର୍ବାଚନ ମଣ୍ଡଳୀ।୧,୧୩,୪୩୮ଜଣ ମହିଳା ୧,୨୬,୪୧୪ ଜଣ ପୁରୁଷ ଓ ଅନ୍ୟ ୧୯ ଜଣ ମୋଟ ୨,୩୯,୮୭୧ ଜଣ ଭୋଟରଙ୍କୁ ନେଇ ଗଠିତ ଏହି ନିର୍ଵାଚନ ମଣ୍ଡଳୀରୁ ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ବିଜୟୀ ହୋଇ ଓଡିଶା ରାଜନୀତିରେ ଜିଲ୍ଲାର ଦବଦବା ଜାହିର କରିଥିଲେ।ନଳିନୀଙ୍କ ମୃତ୍ୟୁପରେ ତାଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ଗତ ୨୦୧୪ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କୁ ପରାସ୍ତ କରିଥିଲେ।କ

Body:ଚଳିତଥର ନିର୍ବାଚନରେ ରାଜନଗର ନିର୍ବାଚନ ମଣ୍ଡଳୀ ରେ ହେଉଛି ତ୍ରିମୁଖୀ ପ୍ରତିଦ୍ବନ୍ଦିତା।ବିଜେପିରୁ ପୂର୍ବତନ ବିଧାୟକ ଅଲେଖ ଚନ୍ଦ୍ର ଜେନା,ବିଜେଡିରୁ ଧୃବ ସାହୁ ଓ କଂଗ୍ରେସ ଟିକେଟରୁ ବର୍ତ୍ତମାନ ବିଧାୟକ ଅଂଶୁମାନ ଲଢ଼ୁଛନ୍ତି।ଆଜି ସକାଳୁ ତିନିଦଳର ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପରେ ବିଭିନ୍ନ ବୁଥ ବୁଲି ସମର୍ଥକ ମାନଙ୍କୁ ଗୁରୁମନ୍ତ୍ରଣା ଦେଉଛନ୍ତି।

Conclusion:ଚଳିତ ନିର୍ବାଚନରେ ରାଜନଗରବାସୀ ବଂଶବାଦ ବିରୁଦ୍ଧରେ ଭୋଟ ଦେବେ ବୋଲି ପ୍ରତିପକ୍ଷ ପ୍ରାର୍ଥୀ କହିଥିବା ବେଳେ ଡାକ୍ତର ପୁଅ ଡାକ୍ତର, ଇଂଜିନିୟର ପୁଅ ଇଂଜିନିୟର ହେଲାବେଳେ ଜଣେ ରାଜନେତା ପୁଅ ରାଜନେତା ହେବାରେ ଅସୁବିଧା କେଉଁଠି ରହୁଛି ବୋଲି ନିନ୍ଦୁକ ମାନଙ୍କୁ ପ୍ରଶ୍ନ କରିଛନ୍ତି ଅଂଶୁମାନ।
Last Updated : Apr 29, 2019, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.