ETV Bharat / state

ପିଙ୍କବୁଥ୍‌ରେ ନିମ୍ନତମ ବ୍ୟବସ୍ଥା ଅଭିଯୋଗ, ଅସନ୍ତୋଷ ମତଦାତା

କେନ୍ଦ୍ରାପଡ଼ା ଗରଦପୁର ବ୍ଲକରେ ପିଙ୍କବୁଥରେ ନିମ୍ନତମ ବ୍ୟବସ୍ଥା ଅଭିଯୋଗ ହୋଇଛି । ଏ ନେଇ ମତଦାତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ପିଙ୍କବୁଥ୍‌ରେ ନିମ୍ନତମ ବ୍ୟବସ୍ଥା ଅଭିଯୋଗ, ଅସନ୍ତୋଷ ମତଦାତା
ପିଙ୍କବୁଥ୍‌ରେ ନିମ୍ନତମ ବ୍ୟବସ୍ଥା ଅଭିଯୋଗ, ଅସନ୍ତୋଷ ମତଦାତା
author img

By

Published : Feb 22, 2022, 3:33 PM IST

Updated : Feb 22, 2022, 4:02 PM IST

କେନ୍ଦ୍ରାପଡ଼ା: ପାଟକୁରାରେ ପିଙ୍କ ବୁଥ ଅବହେଳା । ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗରଦପୁର ବ୍ଲକରେ ହୋଇଥିବା ପିଙ୍କ ବୁଥରେ ଦେଖାଯାଇଥିଲା ବ୍ୟାପକ ଅବ୍ୟବସ୍ଥା । ପିଙ୍କ ବୁଥରେ ନିମ୍ନତମ ବ୍ୟବସ୍ଥା ଦିଗରେ କିଞ୍ଚିତ ମାତ୍ରାରେ ପ୍ରଶାସନ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

ପିଙ୍କବୁଥ୍‌ରେ ନିମ୍ନତମ ବ୍ୟବସ୍ଥା ଅଭିଯୋଗ, ଅସନ୍ତୋଷ ମତଦାତା

ଗରଦପୁର ପଞ୍ଚାୟତ ନଇନ୍ଦିପୁର ବିଦ୍ୟାଳୟରେ ହୋଇଥିବା ୧୭ନମ୍ବର ବୁଥକୁ ବ୍ଲକ ପ୍ରଶାସନ ପିଙ୍କ ବୁଥ ଘୋଷଣା କରିଥିଲେ । ତେବେ ପିଙ୍କ ବୁଥରେ ନିମ୍ନତମ ବ୍ୟବସ୍ଥା ଦିଗରେ କିଞ୍ଚିତ ମାତ୍ରାରେ ପ୍ରଶାସନ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଏଜେଣ୍ଟମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସିବା ପରେ ଏହି ବୁଥକୁ ପିଙ୍କ ବୁଥ ଘୋଷଣା କରାଯାଇଥିବା ଜାଣିବାକୁ ପାଇଥିଲେ । ଅନ୍ୟପଟେ କେବଳ ୩ଜଣ ମହିଳାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦେଇ ବ୍ଲକ ପ୍ରଶାସନ ନିଜ ଦାୟିତ୍ବ ସମାପନ କରିଥିବା ଦେଖାଯାଇଥିଲା ।

ଅନ୍ୟ ସ୍ଥାନର ପିଙ୍କ ବୁଥ ଭଳି ଏଠାରେ ନା ହୋଇଥିଲା ଟେଣ୍ଟ ନା ରହିଥିଲା ଭୋଟରଙ୍କୁ ଆକୃଷ୍ଟ କଲା ଭଳି କୌଣସି ସୁବିଧା ସୁଯୋଗ । ଏନେଇ ମତଦାତା ଅସନ୍ତୋଷ ଜାହିର କରିଥିବା ବେଳେ ବିଡ଼ିଓ ପିଙ୍କ ବୁଥ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଥିଲେ । ଯାହାକି ଧର୍ମକୁ ଆଖିଠାର ସଦୃଶ । ଅନ୍ୟପଟେ ସେକ୍ଟର ଅଫିସର ଏଠାରେ ସେଲ୍ଫିଜୋନ ରହିଥିବା କହିଥିବା ବେଳେ ପରବର୍ତ୍ତୀ ସମୟରେ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଫଟୋ ଉଠାଇ ପଠାଉଥିବା କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 22, 2022, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.