ETV Bharat / state

ସହାୟିକା ଚୟନକୁ ନେଇ ତୁମୁଳକାଣ୍ଡ, ସୁପରଭାଇଜରଙ୍କୁ ଘୋଷାଡି ବାହାରେ ଛାଡିଲେ ମହିଳା

author img

By

Published : Jan 11, 2023, 9:37 AM IST

ସହାୟିକା ଚୟନକୁ ନେଇ ପଟ୍ଟାମୁଣ୍ଡାଇ ସିଡିପିଓ ଅଫିସ କାର୍ଯ୍ୟାଳୟରେ ହଙ୍ଗାମା । ସୁପରଭାଇଜରଙ୍କୁ ଘୋଷାଡି ବାହାରେ ଛାଡିଲେ ମହିଳା । ଅଧିକ ପଢନ୍ତୁ

ପଟ୍ଟାମୁଣ୍ଡାଇ ସିଡିପିଓ ଅଫିସ କାର୍ଯ୍ୟାଳୟରେ ହଙ୍ଗାମା

କେନ୍ଦ୍ରାପଡା: ଅଙ୍ଗନବାଡି ସହାୟିକା ଚୟନକୁ ନେଇ ମହିଳାଙ୍କ ଲଙ୍କାକାଣ୍ଡ । ଅଫିସ ଭିତରୁ ସୁପରଭାଇଜରଙ୍କୁ ଟାଣି ଆଣି ବାହାରେ ଛିଡ଼ା କରାଇଲେ ମହିଳା । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସିଡିପିଓ ଅଫିସ କାର୍ଯ୍ୟାଳୟରେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ,କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଣ୍ଟା ପଞ୍ଚାୟତ ଜିଗରଣ ଗ୍ରାମରେ ଅଙ୍ଗନବାଡି (କ) ସହାୟିକା ପଦବୀ ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ଅଭିଯୋଗରୁ ତାତିଥିଲେ ଶତାଧିକ ମହିଳା । ଜିଗରଣ ଗାଁର ମହିଳାମାନେ ପଟ୍ଟାମୁଣ୍ଡାଇ ସିଡିପିଓ ଅଫିସ କାର୍ଯ୍ୟାଳୟକୁ ଯାଇ ସିଡିପିଓ ମୁକ୍ତାରୀ ବେଗମଙ୍କୁ ପ୍ରଥମେ ଖୋଜିଥିଲେ । କିନ୍ତୁ ତାଙ୍କର ଅନୁପସ୍ଥିତି ହେତୁ ତାଙ୍କୁ ପାଇନଥିଲେ । ପରେ ସିଡିପିଓଙ୍କୁ ନ ପାଇ କାର୍ଯ୍ୟାଳୟର କାଗଜପତ୍ର ଫୋପାଡିବା ସହ ମହିଳା କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କୁ ଟାଣି ଟାଣି କାର୍ଯ୍ୟାଳୟ ବାହାରକୁ ଆଣି ଖରାରେ ଛିଡା କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ: Hockey World Cup: ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା, ପ୍ରଥମ ହେଲେ ଇଟିଭି ଭାରତ ସାମ୍ବାଦିକ

ଉତ୍ତେଜନା ବୃଦ୍ଧି ପାଇବାରୁ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଘଟଣା ନିୟନ୍ତ୍ରଣକୁ ଆସିଥିଲା। ଜିଗରଣ ଗ୍ରାମର ବିନିପ୍ରଭା ମଲିକ ଦୀର୍ଘ ଦୁଇମାସ ହେବ ବିନା ମୂଲ୍ୟରେ ଅର୍ଥ ନନେଇ ମାଗଣାରେ ଜିଗରଣ (କ) ଅଙ୍ଗନବାଡ଼ିରେ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଯେତେବେଳେ ସେହି କାର୍ଯ୍ୟ ପାଇଁ ସହାୟିକା ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଲା ସେଠାରେ ଚାରିଜଣ ଆବେଦନ କରିଥିଲେ । ଉକ୍ତ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ରେକର୍ଡ ତୃଟି ଥିବାରୁ ଦୁଇଜଣଙ୍କୁ ଖାରଜ କରି ଦୁଇଜଣଙ୍କୁ ଚୟନ କରିଥିଲେ ଦୁଇଜଣଙ୍କ ମଧ୍ୟରେ ଗ୍ରାମବାସୀ ଭୋଟ ମଧ୍ୟ ଦେଇଥିଲେ ଯେଉଁଥିରେ ବିନିପ୍ରଭା ମଲିକ ୧୨୫ ଖଣ୍ଡ ଭୋଟ ପାଇ ଥିବାବେଳେ କୌଣସି କାରଣରୁ ତାଙ୍କୁ ସେ ଚାକିରି ମିଳିବନାହିଁ ବୋଲି ସିଡିପିଓ କହିଥିଲେ। ସେନେଇ ଦିନ ୧୧ଟା ସମୟରେ ଜିଗରଣ ଗ୍ରାମର ଭୋଟ ଦେଇଥିବା ମହିଳା ସିଡିପିଓ କାର୍ଯ୍ୟାଳୟକୁ ଆସି ଜବାବ ମାଗିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.