କେନ୍ଦ୍ରାପଡ଼ା: ଯୁବକଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି । ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଜଣେ ଯୁବକ ପଟ୍ଟାମୁଣ୍ତାଇ ବ୍ଲକର ଶ୍ରୀରାମପୁର ପାଳପାଟଣା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଘରକୁ ଯିବାଆସିବା କରୁଥିଲେ ।
ଯୁବକ ଜଣଙ୍କ ମହିଳା ସହ ଘରେ ଥିବା ସମୟରେ ଗାଁର କିଛି ଯୁବକ ଉଭୟଙ୍କୁ ଘର ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ । ପରେ ଦୁଇଜଣଙ୍କୁ ରସିରେ ବାନ୍ଧି ଭିଡିଓ ଉତ୍ତୋଳନ କରିଥିଲେ ।
ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ ଖବର ପାଇ ପଟ୍ଟାମୁଣ୍ତାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ