ETV Bharat / state

ଘେରିବନ୍ଧର ଘାଇ ସ୍ଥାନ ପରିଦର୍ଶନ କଲେ ବିଜୟ ମହାପାତ୍ର ଓ ଜଳ ସମ୍ପଦ ବିଭାଗ - Vijay Mohapatra

ଗତ ଅଗଷ୍ଟ ୨୮ତାରିଖରେ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ବେଣୀପୁର ବିରୂପା ନଦୀ ଘେରିବନ୍ଧରେ ହୋଇଥିବା ଘାଇ ଯୋଗୁ ପାଣି ଘେରରେ ଦୀର୍ଘ 7 ଦିନ ରହିଥିଲେ ବେଣୀପୁର ପଞ୍ଚାୟତ ୫ଟି ୱାର୍ଡର ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ ଲୋକେ ।

ଘେରିବନ୍ଧର ଘାଇ ସ୍ଥାନ ପରି ଦର୍ଶନ କଲେ ବିଜୟ ମହାପାତ୍ର ଓ ଜଳ ସମ୍ପଦ ବିଭାଗ

author img

By

Published : Sep 5, 2020, 10:53 PM IST

କେନ୍ଦ୍ରାପଡ଼ା: ବନ୍ୟା ହେବାର 9 ଦିନ ପରେ ବେଣୀପୁର ଘାଇ ପରିଦର୍ଶନ କଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପକ୍ଷରେ ଘାଇ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକମାନଙ୍କ ଦୁଃଖରେ ସାମିଲ ହୋଇ ଘାଇ ହେବାର ତଦନ୍ତ ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗତ ଅଗଷ୍ଟ ୨୮ତାରିଖରେ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ବେଣୀପୁର ବିରୂପା ନଦୀ ଘେରିବନ୍ଧରେ ହୋଇଥିବା ଘାଇ ଯୋଗୁ ପାଣି ଘେରରେ ଦୀର୍ଘ 7 ଦିନ ରହିଥିଲେ ବେଣୀପୁର ପଞ୍ଚାୟତ ୫ଟି ୱାର୍ଡର ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ ଲୋକେ ।

ଘେରିବନ୍ଧର ଘାଇ ସ୍ଥାନ ପରି ଦର୍ଶନ କଲେ ବିଜୟ ମହାପାତ୍ର ଓ ଜଳ ସମ୍ପଦ ବିଭାଗ

ପାଣି ଛାଡିଯିବା ପରେ ଆଜି ବନ୍ୟାର ନବମ ଦିନରେ ଘାଇ ସ୍ଥାନକୁ ପରିଦର୍ଶନ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ଓଡିଶା କନଷ୍ଟ୍ରକସନ କର୍ପୋରେସନ MD ଅସୀମ ମହାପାତ୍ର , ଜଳସମ୍ପଦ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଜଳସମ୍ପଦ ବିଭାଗ ଚଣ୍ଡୀଖୋଲର ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ବନ୍ୟାଞ୍ଚଳ ପରିଚାଳନା ଉପଦେଷ୍ଟା ଯୁଗଳ କିଶୋର ତ୍ରିପାଠୀ।

ତେବେ ପରିଦର୍ଶନ ସମୟରେ ଏହି ଘାଇ ପାଇଁ କିଏ ଦାୟୀ ସେନେଇ ସର୍ବୋଚ୍ଚ ଯନ୍ତ୍ରୀ ବୁଲେଇ ବଙ୍କେଇ ଉତ୍ତର ଦେଇଥିବା ବେଳେ ମାତ୍ର ୮ମାସ ତଳେ ନିର୍ମାଣ ହୋଇଥିବା ଘେରିବନ୍ଧ ଭାଙ୍ଗିବା ଯୋଗୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ହାରାହାରି ୬ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଘେରିବନ୍ଧ କାମ ଉଭୟ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଘେରି ମଧ୍ୟରେ ରହିଥିବା ୭ଟି ୱାର୍ଡର ପ୍ରାୟ ୨୫୦୦ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ମାଣ ହୋଇଥିଲେ ମଧ୍ୟ ୧୯୫୫ ମସିହା, ୧୯୮୮ ମସିହା ଓ ୨୦୦୧ମସିହା ସମୟରେ ହୋଇଥିବା ବନ୍ୟାଠାରୁ ଏହାର ପ୍ରଭାବ ଅଧିକ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ଘାଇ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହ ଘେରିବନ୍ଧ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ବିଭାଗୀୟ ତ୍ରୁଟି ପାଇଁ ଲୋକମାନଙ୍କର ସର୍ବସ୍ୱ ଚାଲିଯାଇଥିବା କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ହେଲେ ଘେରିବନ୍ଧରେ ଘାଇ ପାଇଁ କିଏ ଦାୟୀ ଜଣାପଡିବ ଓ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଲେ ଲୋକମାନେ ଆତ୍ମସନ୍ତୋଷ ପାଇବେ ବୋଲି କହିଛନ୍ତି । ଅନ୍ୟପଟେ ସର୍ବସ୍ୱନ୍ତ ହୋଇପଡିଥିବା ପରିବାର ଗୁଡିକୁ ସରକାର ଖୁବଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିଜୟ ମହାପାତ୍ର।

ତେବେ ବନ୍ୟା ହେବାର ଦୀର୍ଘ ୯ଦିନ ପରେ ଘେରିବନ୍ଧ ଦେଖିବାକୁ ଆସିଥିବା ସର୍ବୋଚ୍ଚ ଯନ୍ତ୍ରୀ ତତ୍କାଳ ଭାବରେ ଘାଇ ସ୍ଥାନର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଘେରିବନ୍ଧ ଘାଇ ପାଇଁ କିଏ ଦାୟୀ ସେନେଇ ପ୍ରଶ୍ନ ଉଠୁଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.