ETV Bharat / state

କେନ୍ଦ୍ରାପଡାର ନିଆରା ପରମ୍ପରା, ବିନା ଘଣ୍ଟଘଣ୍ଟାରେ ପୂଜା ପାଆନ୍ତି ଧନଦାତ୍ରୀ - ଗଜଲକ୍ଷ୍ମୀ ପୂଜା

ବିନା ଘଣ୍ଟଘଣ୍ଟି ବାଦ୍ୟରେ ପୂଜା ପାଆନ୍ତି ଧନଦାତ୍ରୀ । କେନ୍ଦ୍ରାପଡାର ଗଣପର୍ବ ଲକ୍ଷ୍ମୀପୂଜାରେ ଏଭଳି ଏକ ମଣ୍ଡପ ରହିଛି ଯେଉଁଠାରେ ନା ଘଣ୍ଟା ବାଜେ ନା ପୂଜକ ଘଣ୍ଟି ବଜାନ୍ତି । ଦେଖନ୍ତୁ ଏହି ରିପୋର୍ଟ

ବିନା ଘଣ୍ଟଘଣ୍ଟାରେ ପୂଜା ପାଆନ୍ତି ଧନଦାତ୍ରୀ
କେନ୍ଦ୍ରାପଡାର ନିଆରା ପରମ୍ପରା, ବିନା ଘଣ୍ଟଘଣ୍ଟାରେ ପୂଜା ପାଆନ୍ତି ଧନଦାତ୍ରୀ
author img

By

Published : Oct 14, 2022, 5:07 PM IST

କେନ୍ଦ୍ରାପଡା: ଜମୁଛି କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା(Kendrapara Gajalaxmi Puja)। ପୂଜାର ପଞ୍ଚମ ଦିନରେ ମା'ଲକ୍ଷ୍ମୀଙ୍କୁ ଦୁଇଟି ସ୍ଥାନରେ ଭିନ୍ନ ରୂପେ ଭିନ୍ନଭିନ୍ନ ପୂଜାର୍ଚ୍ଚନା କରାଯାଇଛି । ସବୁ ଦେବାଦେବୀ ପୀଠରେ ଘଣ୍ଟଘଣ୍ଟି ସହ ଭଗବାନଙ୍କ ଆରଧାନା କରାଯାଇଥାଏ । କୁହାଯାଏ ଏହି ବାଦନରେ ଦେବାଦେବୀ ପୂଜାସ୍ଥଳକୁ ଆସିଥାନ୍ତି । ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କେନ୍ଦ୍ରାପଡାର ଗଣପର୍ବ ଲକ୍ଷ୍ମୀପୂଜାରେ ଏଭଳି ଏକ ମଣ୍ଡପ ରହିଛି ଯେଉଁଠାରେ ନା ଘଣ୍ଟା ବାଜେ ନା ପୂଜକ ଘଣ୍ଟି ବଜାନ୍ତି ।

ବିନା ଘଣ୍ଟଘଣ୍ଟାରେ ପୂଜା ପାଆନ୍ତି ଧନଦାତ୍ରୀ

ସହରର ଥାନପତି ଲକ୍ଷ୍ମୀଙ୍କ ପାଖରେ ଘଣ୍ଟାଘଣ୍ଟା ବାଜିବା ନିଷେଧ ହୋଇଥିବାବେଳେ ଖଡ଼ିଅଙ୍ଗ ଲକ୍ଷ୍ମୀଙ୍କ ନିକଟରେ ସନ୍ଧ୍ୟାରେ ଲାଗି ହୋଇଥାଏ ୧୦୮ ଅଭିମନ୍ତ୍ରିତ ପଦ୍ମଫୁଲ । ପରମ୍ପରାକୁ ନେଇ ଚାଲିଛି ଗଣପର୍ବ ଗଜଲକ୍ଷ୍ମୀ ପୂଜା । ସହରର ପୁରୁଣା ବସଷ୍ଟାଣ୍ଡରେ ୧୯୨୮ ମସିହାରୁ ପୂଜା ପାଇ ଆସୁଥିବା ଥାନପତି ଲକ୍ଷ୍ମୀଙ୍କୁ କୁମାରୀ ବେଶରେ ପୂଜା କରାଯାଏ । ଯେଉଁଥିପାଇଁ ଏଠାରେ ଅନୁଷ୍ଠିତ ହେଉଥିବା ସକାଳ ଆଳତିଠାରୁ ରାତିର ଶେଷ ନୀତି ପର୍ଯ୍ୟନ୍ତ କୌଣସି ଘଣ୍ଟା କିମ୍ବା ଘଣ୍ଟି ବାଜିନଥାଏ ।

ଘଣ୍ଟାଘଣ୍ଟି ବିନା ପୂଜା ସମାହିତ ହୋଇଥିବା ବେଳେ ମା'ଙ୍କ ଆଶିଷ ନେଇଥାନ୍ତି ଭକ୍ତ । ସେହିପରି ଖଡ଼ିଅଙ୍ଗ ମଣ୍ଡପରେ ପୂଜା ପାଉଥିବା ମା'ଙ୍କ ନିକଟରେ ପୂଜା ସାତଦିନ ମଧ୍ୟରେ ପଡୁଥିବା ଗୁରୁବାର ସନ୍ଧ୍ୟାରେ ମା'ଙ୍କୁ ୧୦୮ ଅଭିମନ୍ତ୍ରିତ ପଦ୍ମଫୁଲ ଲାଗି କରାଯିବା ପରମ୍ପରା ଦୀର୍ଘ ବର୍ଷରୁ ଚଳିଆସୁଛି । ଏଥିସହ ମା'ଙ୍କ ଆଶିଷ ପାଇବା ପାଇଁ ପ୍ରତି ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଛି । ପ୍ରତ୍ୟେକ ଦିନ ଏହି ଦୁଇ ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଖେଚଡ଼ି ଓ ଦହିପଖାଳ ଭୋଗ ବଣ୍ଟନ କରାଯାଉଥିବା କହିଛନ୍ତି କମିଟି ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ: ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ହେଉଛନ୍ତି ମହାପ୍ରଭୁ ବଳଦେବଜୀଉ । ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ସହରରେ ହୋଇଥିବା ୬୭ଟି ମେଢ଼ ମଧ୍ୟରୁ ତିନୋଟି ସ୍ଥାନରେ ମହାପ୍ରଭୁଙ୍କ କୀର୍ତ୍ତି ଓ ଜୟଗାନର ମୂର୍ତ୍ତି ଦେଖିବାକୁ ମିଳିଛି । ସହରର ଅଯୋଦ୍ଧାନଗର ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ମହାପ୍ରଭୁ ବଳଦେବଜୀଉ, ରୋହିଣୀ ନାମ୍ନୀ ଗାଈ ଓ ଗୋପାଳ ସମ୍ପ୍ରଦାୟର ଭକ୍ତ ସିଦ୍ଧ ଦାସ । ରୋହିଣୀ ଗାଈ ପୂଜା କମିଟିର ସଦସ୍ୟ ଏଥିପାଇଁ ବର୍ଷସାରା ଆୟୋଜନ କରିଥାନ୍ତି ।

ବଳଦେବଜୀଉ, ସିଦ୍ଧଦାସ ଆଉ ରୋହିଣୀ ଗାଈ ପୂଜା ନିଜ ଅଣଜେଜେ, ଜେଜେଙ୍କ ସମୟରୁ ଚାଲି ଆସୁଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ସେହିପରି ସ୍ଥାନୀୟ ମନକରପୁର ଗାଁରେ ଲକ୍ଷ୍ମୀପୂଜା ଗଣପର୍ବରେ ପୂଜା ପାଆନ୍ତି ପ୍ରଭୁ ବଳଦେବଜୀଉଙ୍କ ସମେତ ମା' ତୁଳସୀ ଓ କନ୍ଦରାସୁର । କନ୍ଦରା ରାଜାଙ୍କ ନାଁ ଅନୁସାରେ ଜିଲ୍ଲାର ନାମ କେନ୍ଦ୍ରାପଡ଼ା ହୋଇଥିବା କୁହନ୍ତି ପୂଜା କମିଟି ସଦସ୍ୟ । ଏହି ମୂର୍ତ୍ତିଟି କନ୍ଦରାସୁର ବଦ୍ଧ ମୂର୍ତ୍ତି ହୋଇଥିବାବେଳେ, ଏହାକୁ ଦେଖିବା ପାଇଁ ବେଶ ଭିଡ଼ ଜମିଥାଏ ବୋଲି କୁହନ୍ତି ସ୍ଥାନୀୟ ଲୋକେ । ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟରେ କାଞ୍ଚି ଅଭିଯାନ ପ୍ରତିମୂର୍ତ୍ତି ମଧ୍ୟ ଲକ୍ଷ୍ମୀପୂଜାରେ ମହାପ୍ରଭୁଙ୍କ ପ୍ରତି ଜିଲ୍ଲାର ଅଧିବାସୀଙ୍କ ଭକ୍ତିର ସୂଚନା ଦେଇଥାଏ, ଯାହାକି ଅନ୍ୟ କୌଣସି ସ୍ଥାନର ପୂଜା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଗୋଟିଏ ପଟେ ମା' ପଦ୍ମାଳୟାଙ୍କ ଭିନ୍ନ ଭିନ୍ନ ପୂଜା ଅନ୍ୟପଟେ ଆରାଧ୍ୟ ଦେବତା ବଳଦେବଜୀଉଙ୍କ କିର୍ତ୍ତୀ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରୁଥିବା ବେଳେ ମହାମାରୀ ପରେ ଲଘୁଚାପ ବର୍ଷା ସାମୟିକ ପ୍ରଭାବ ପକାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.